ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି

ପୁରୀ: ଏବର୍ଷ ରାତି ୧ଟାରୁ ୪ଟା ମଧ୍ୟରେ ହେବ ସ୍ନାନଯାତ୍ରା ପହଣ୍ଡି। ଛତିଶା ନିଯୋଗ ସହ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। ସର୍ବନିମ୍ନ କେତେ ସେବାୟତରେ କରାଯାଇପାରିବ, ୨ ଦିନ ଭିତରେ ତାଲିକା ଦେବାକୁ ସେମାନଙ୍କୁ କୁହାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

Lakhs Of Devotees Witness Pahandi Of Deities During Snana Yatra In ...

ତାଲିକା ପାଇବା ପରେ ୩୦ରେ ପରିଚାଳନା କମିଟି ମିଟିଂ ହେବ। ଏହି ବୈଠକରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଯାହାର ଯାହା ନୀତି ଅଛି, ସେହି ହିସାବରେ ଅନୁମତି ମିଳିବ ବୋଲି କ୍ରିଷନ କୁମାର ସୂଚନା ଦେଇଛନ୍ତି। କେଉଁ ସମୟରେ କଣ ହେବ ସେ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି।

ରାତି ୧ରୁ ୪ ପର୍ଯ୍ୟନ୍ତ ପହଣ୍ଡି ହେବ। ସେହିଭଳି ସକାଳ ୭,୩୦ରୁ ୯:୩୦ ପର୍ଯ୍ୟନ୍ତ ସ୍ନାନନୀତି ଅନୁଷ୍ଠିତ ହେବ। ଦିନ ସାଢ଼େ ଦଶଟାରେ ଛେରାପହଁରା ହେବାକୁ ଥିବା ବେଳେ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପୁଣି ସନ୍ଧ୍ୟା ୫ଟା ଠାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୮ ପର୍ଯ୍ୟନ୍ତ ଚାଲିବ। ଛତିଶାନିଯୋଗ ସହିତ ବୈଠକ ପରେ ଏହି ସୂଚନା ଦେଇଛି ମନ୍ଦିର ପ୍ରଶାସନ।

Lord Jagannath on Snana Mandap - Snana Purnima 2017 - YouTube
ସେପଟେ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ୍। ପ୍ରଥମ ଦିନରେ ୭୫ ଜଣ ଦଇତାପତି ସେବାୟତଙ୍କ ସ୍ୱାବ ନମୁନା ସଂଗ୍ରହ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଥିପାଇଁ ବ୍ୟବସ୍ଥା ହୋଇଥିଲା।

Snana Yatra' rituals of Lord Jagannath, Siblings underway in Puri ...

ଦୁଇ ଦିନ ଭିତରେ ସମୁଦାୟ ୧୫୦ଜଣ ଦଇତାପତି ସେବାୟତଙ୍କ ସ୍ୱାବ ସଂଗ୍ରହ କରାଯିବ। ୨୯ ଓ ୩୦ରେ ଗରାବଡ଼ୁ ସେବାୟତ ଏବଂ ପରେ ଅନ୍ୟ ୮ଟି ନିଯୋଗର ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ସବୁ ନିଯୋଗର ପ୍ରାୟ ୫ଶହ ସେବାୟତଙ୍କ ଟେଷ୍ଟ ପରେ ସେମାନଙ୍କୁ ସଂଗରୋଧରେ ରଖାଯାଇ ସ୍ନାନଯାତ୍ରା କରାଯିବ। ସେପଟେ ସ୍ନାନଯାତ୍ରାରେ ବିଧି ମୁତାବକ ତିନି ରଥର ଚାରିଟି ଲେଖାଏଁ ନାହାକା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

You might also like