ଶ୍ରୀଜୀଉଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜୁଛି ଅସନ୍ତୋଷ

ଅାଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା

ପୁରୀ : ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ । ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଅାଜି ପୁରୀ ବନ୍ଦ ଡାକରା ଦିଅାଯାଇଛି । ଏଥିସହ ସାମ୍ବାଦିକଙ୍କୁ ମାଡ, ରତ୍ନଭଣ୍ଡାର ଚାବି ହଜିବା, ବ୍ରହ୍ମବିଭ୍ରାଟ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯିବ ବୋଲି କହିଛି ଶ୍ରୀଜଗନ୍ନାଥ ସେନା ।

ବନ୍ଦକୁ ସଫଳ କରିବା ଲାଗି ଗତକାଲି ସେନା ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା । ଭିକେ ପାଣ୍ଡିୟାନ, ପ୍ରଦୀପ୍ତ ମହାପାତ୍ର ଓ ସୁରେଶ ମହାପାତ୍ରଙ୍କ ଫଟୋ ଥିବା ଏକ ବ୍ୟାନରକୁ ପୋଡ଼ିଛନ୍ତି ବିକ୍ଷୋଭକାରୀ ।

ସେପଟେ ତିନିଦ୍ୱାର ବନ୍ଦ ବ୍ୟବସ୍ଥାକୁ ଦୃଢ ବିରୋଧ କରାଯିବା ସହ ତିନି ଦ୍ୱାରକୁ ହଜାର ହଜାର ଭକ୍ତ ଧସେଇ ପଶିବେ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ଦଇତାପତି ସେବାୟତ । ଅନ୍ୟପଟେ ଦର୍ଶନରେ ବିଳମ୍ବ ହେଉଥିବାରୁ ଦୂରଦୂରାନ୍ତରୁ ଅାସୁଥିବା ଭକ୍ତମାନେ ଧାଡ଼ି ବ୍ୟବସ୍ଥାକୁ ନାପସନ୍ଦ କରିଛନ୍ତି ।

ସେପଟେ ଧାଡି ଧାଡ଼ି ଦର୍ଶନକୁ ବିରୋଧ କରି ପୁରୀ ବନ୍ଦ ଡାକରା ଦେଇଥିବା ସାମାଜିକ ସଂଗଠନ ଶ୍ରୀଜଗନ୍ନାଥ ସେନାର ଅାବାହକଙ୍କୁ ଘରୁ ଉଠାଇ ନେଲା ପୁଲିସ। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ଶ୍ରୀଜଗନ୍ନାଥ ସେନାର ଅାବାହକ ପ୍ରିଦଦର୍ଶନ ପଟ୍ଟନାୟକଙ୍କୁ ଅଟକ ରଖାଯାଇଛି।

You might also like