ହୋଟେଲ ପ୍ରେସିଡେନ୍ସିକୁ ବିଏମ୍‌ସିର କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ଭୁବନେଶ୍ୱର ଇସ୍କନ ମନ୍ଦିର ନିକଟରେ ଥିବା ହୋଟେଲ ପ୍ରେସିଡେନ୍ସିକୁ ବିଏମ୍‌ସିର କାରଣ ଦର୍ଶାଅ ନୋଟିସ।  ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାସ୍ତାକୁ ଏହି ହୋଟେଲ କର୍ତ୍ତୃପକ୍ଷ ମାଡି ବସିଥିବାରୁ ଡ୍ରେନେଜ୍‌ ସମସ୍ୟା ରହୁଥିବା ଚିଠିରେ ଉଲ୍ଲେଖ ରହିଛି।

ରାସ୍ତା ପାର୍ଶ୍ୱକୁ ପାର୍କିଂ ପାଇଁ ବ୍ୟବହାର ସହ ହୋଟେଲର ଅପରିଷ୍କାର ପାଣି ଡ୍ରେନ୍‌କୁ ଛଡାଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଥିବା କଥା ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।

ନୋଟିସର ୭ ଦିନ ମଧ୍ୟରେ ଜବାବ ରଖିବାକୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ବିଏମସି ନିର୍ଦ୍ଦେଶ ଦେଇଛି।  ତେବେ ଏନେଇ ହୋଟେଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

You might also like