ଭୁବନେଶ୍ୱର: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବା ଉଚିତ୍ କି? ଓଟିଭି ସୋସିଆଲ ମିଡିଆରେ କରାଯାଇଥିବା ସର୍ଭେରେ ବହୁସଂଖ୍ୟାରେ ଫଲୋଅର ଭାଗ ନେବା ସହ ନିଜର ମତାମତ ରଖିଛନ୍ତି। ତେବେ ଆମ ସୋସିଆଲ ମିଡିଆର ଅଧିକାଂଶ ଫଲୋଅର ମଦ ଦୋକାନ ଖୋଲାଯିବାକୁ ବିରୋଧ କରିଛନ୍ତି।
ଓଟିଭି ଫେସବୁକ୍ରେ କରାଯାଇଥିବା ସର୍ଭେରେ ଏବେ ସୁଦ୍ଧା ୨୭ ହଜାରରୁ ଅଧିକ ଫଲୋଅର ନିଜ ନିଜ ମତ ରଖିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭୯ ପ୍ରତିଶତ କହିଛନ୍ତି ଯେ, ଏବେ ମଦ ଦୋକାନ ଖୋଲାଯିବା ଉଚିତ୍ ନୁହେଁ ମାତ୍ର ୨୧ ପ୍ରତିଶତ ମଦ ଦୋକାନ ଖୋଲାଯିବାକୁ ସମର୍ଥନ କରିଛନ୍ତି।
ସେହିପରି ଓଟିଭି ଟୁଇଟର ହ୍ୟାଣ୍ଡେଲରେ କରାଯାଇଥିବା ସର୍ଭେରେ ୮୧ ପ୍ରତିଶତ ଲୋକ ମଦ ଦୋକାନ ଖୋଲାଯିବାକୁ ବିରୋଧ କରିଥିବାବେଳେ ମାତ୍ର ୧୯ ପ୍ରତିଶତ ସପକ୍ଷରେ ମତ ରଖିଛନ୍ତି। ଓଟିଭି ସୋସିଆଲ ମିଡିଆର ବହୁ ସଂଖ୍ୟାକ ଫଲୋଅର କମେଣ୍ଟ ବକ୍ସରେ ସେମାନଙ୍କ ମୂଲ୍ୟବାନ ମତ ମଧ୍ୟ ପ୍ରଦାନ କରିଛନ୍ତି।