• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଜଳ ହିଁ ଜୀବନ ! ଜଳର ସୁରକ୍ଷା ପାଇଁ ସବୁଠି ଚାଲିଛି ସଚେତନତ। ଏମିତି କି ୱାଟର ଟ୍ୟାଙ୍କରେ ମଧ୍ୟ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ବି ଲେଖାଯାଉଛି ସେଭ ୱାଟର। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହୁଛି। ଲେଖାଯାଉଛି ଗୋଟିଏ କଥା, ଆଉ କାର୍ଯ୍ୟ ହେଉଛି ଅନ୍ୟ କଥା। ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ। ୱାଟର ଟ୍ୟାଙ୍କରେ ଲେଖା ହୋଇଛି ସେଭ ୱାଟର କିନ୍ତୁ ୱାଟର ଟ୍ୟାଙ୍କରୁ ଅନବରତ ପାଣି ନଷ୍ଟ ହେବାରେ ଲାଗିଛି ।

ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ଲୋକେ ପାଣି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ହେଲେ କେହି ମଧ୍ୟ ବନ୍ଦ କରି ପାରୁନାହାନ୍ତି। କାହିଁକି ନା ଟ୍ୟାପ ଖରାପ ଯୋଗୁ ଅଯଥା ପାଣି ନଷ୍ଟ ହେବାରେ ଲାଗିଛି,ଆଉ ସମସ୍ତେ ଚେଷ୍ଟା କରି ବି ବିଫଳ ହେଉଛନ୍ତି। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ସବୁ ଦେଖି ନଦେଖିବା ପରି ଅଭିନୟ କରୁଛନ୍ତି। ଆଗକୁ ଖରା ଦିନ ଆସୁଛି, ଆଉ ଏବେ ପାଣି ନଷ୍ଟ ହେବାରେ ଲାଗିଛି।

କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଥାନା ଅଧୀନ କାଞ୍ଜିପାଣି-କନ୍ତଳା ରାସ୍ତାର କାଞ୍ଜିପାଣି ଘାଟିରେ ପାଢ଼ୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଝାରସୁଗୁଡାଠାରୁ ତେଲକୋଇ ଦେଇ ବସଟି ଭଦ୍ରକ ଯାଉଥିଲା ବେଳେ କାଞ୍ଜିପାଣି ଘାଟିରେ ରାସ୍ତା କଡ଼ରେ ଥିବା ଡ୍ରେନକୁ ଖସି ଯାଇଥିଲା। ତେବେ ବସରେ ଯାତ୍ରା କରୁଥିବା ୪୦ ଯାତ୍ରୀ ସୁରକ୍ଷିତ ଅଛନ୍ତି, କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଂଚି ଯାତ୍ରୀଙ୍କୁ ଅନ୍ୟ ଗାଡ଼ିରେ ପଠାଇଛି।

[caption id="attachment_246273" align="alignnone" width="1076"] ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି[/caption]

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ତଳକିଆ ପଂଚାୟତ ଡରାଖୋଳି ଶିବ ମନ୍ଦିର ନିକଟରେ କିସାନ କଂଗ୍ରେସ ତରଫରୁ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ କିସାନ କଂଗ୍ରେସ ସଭାପତି ଅମୀୟ ରଞ୍ଜନ ପଟ୍ଟନାୟକ, ନୀଳଗିରି ପୂର୍ବତନ ବିଧାୟକ ଅକ୍ଷୟ ଆଚାରୟ, ବାଲେଶ୍ଵର କିସାନ କଂଗ୍ରେସ ଜିଲ୍ଲା ସଭାପତି ନିରଞ୍ଜନ ବେହେରା, ଔପଦା ବ୍ଲକ ଚେୟାର ମ୍ୟାନ ନିର୍ମଲା ବିଶ୍ୱାଳ, ପୂର୍ବ ତନ ଚିରମ୍ୟାନ କେନ୍ଦ୍ର କଳା କୃଷି ଆଇନର ପ୍ରତ୍ୟାହାର, ରାଜ୍ୟ ସରକାର ସମସ୍ତ କୃଷକ ମାନଙ୍କ ଠାରୁ ଧନ କ୍ରୟ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଦାମ ହ୍ରାସ ୫ ଦଫା ଦାବି ନେଇ ବକ୍ତବ୍ୟ ରଖିଥିଲେ। ଏହି ସଭାରେ ଡରାଖୋଳି, କୁସୁନଦାସପୁର, ପ୍ରତାପୁର, କାଶୀଗାଡ଼ିଆ, ଗଡ଼ସାହି ଆଦି ଗ୍ରାମରୁ ୩୦୦ ରୁ ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ।

ଛେଳି ଚୋରି କରୁଥିଲେ, ଧରାପଡିଗଲେ। କରଞ୍ଜିଆ-ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ରୁଗୁଡି ସାହିରୁ ଏକ ଇଣ୍ଡିକାକାର ଯୋଗେ ଛେଳିଚୋରି କରି ପଳାଉ ଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଜବତ । ଜବତ ପରେ ଲୋକେ ଛେଳି ଚୋର ସହିତ ଗାଡିକୁ ଭଙ୍ଗାରୁଜା କରିଥିବା ନେଇ ସୂଚନା ମିଳିଛି।

Short-news-from-district
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories