‘ଅଭିପ୍ସା’କୁ ମିଳିଲା ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

ବ୍ରହ୍ମପୁର: ଅଭିପ୍ସାକୁ  ମିଳିଛି  ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର। Vocal for Local ଫିଲ୍ମ ଫେଷ୍ଟିଭାଲ୍ ୨୦୨୦ରେ କୃଷ୍ଣଚନ୍ଦ୍ର ସାହୁଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାକୁ ମିଳିଛି ଏହି ସମ୍ମାନ । ସ୍ୱାଧୀନତା ଦିବସରେ ଏହି କ୍ଷୁଦ୍ର ଫିଲ୍ମ ପ୍ରଦର୍ଶିତ ହୋଇଥିଲା ।

ଅଭିପ୍‌ସାକୁ ଏହି ସମ୍ମାନ ମିଳିବା ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷ୍ଣଚନ୍ଦ୍ର ସାହୁ କ୍ଷୁଦ୍ର ଚଳଚ୍ଚିତ୍ର ଅଭିପ୍ସାର ନିର୍ଦ୍ଦେଶନା ଦେଇଥିବା ବେଳେ ସଞ୍ଚିତା ପାତ୍ର ଓ ପ୍ରିତୀ ରଞ୍ଜନ ପ୍ରଧାନ ଅଭିନୟ କରିଛନ୍ତି ।

ରାଜ୍ୟରେ ଅନେକ ଲୋକାଲ ପ୍ରତିଭା ଲୁଚି ରହିଛନ୍ତି। ସେହି ପ୍ରତିଭାଙ୍କୁ ଖୋଜି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପ୍ରୟାସ କରୁଛନ୍ତି କୃଷ୍ଣଚନ୍ଦ୍ର। ଏହି ପ୍ରୟାସରେ ପୂର୍ବରୁ ମଧ୍ୟ ଥରେ ସଫଳ ହୋଇଥିଲେ। ପୂର୍ବରୁ ମଧ୍ୟ କୃଷ୍ଣଚନ୍ଦ୍ରଙ୍କ କୋରୋନା ସଚେତନତା ଧର୍ମୀ ଫିଲ୍ମ ଅଭିଳାଷକୁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମିଳିଥିଲା। ଏହାପରେ ପୁଣି ଅଭିପ୍ସାକୁ ମିଳିଛି ସମ୍ମାନ।

You might also like