କୂଳ ଖାଉଛି ସମୁଦ୍ର
ଜଳସମ୍ପଦ ବିଭାଗର ଏକ ଟିମ୍ ବେଳାଭୂମି ଅନୁଧ୍ୟାନ କଲେ
ପୁରୀ : ସମୁଦ୍ରର ଜୁଆର ମାଡ଼ରେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିର ଅବକ୍ଷୟ ହେବା ପରେ ଜଳସମ୍ପଦ ବିଭାଗର ଏକ ଟିମ୍ ଅାସି ପରିଦର୍ଶନ କରିଛନ୍ତି। ଜଳସମ୍ପଦ ବିଭାଗର ପରାମର୍ଶଦାତା ଶତ୍ରୁଘ୍ନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଅାସି ଅବକ୍ଷୟର ଅନୁଧ୍ୟାନ କରିଥିଲା।
ଢେଉର ଉଚ୍ଚତା ଅଧିକ ଥିବାରୁ ବେଳାଭୂମି କ୍ଷୟ ହେଉଥିବା ସେ କହିଛନ୍ତି। ଅାସନ୍ତା ୨୯ରେ ଓସେନୋଗ୍ରାଫିର ଏକ ଟିମ୍ ଅାସି ସ୍ଥିତି ଅନୁଧ୍ୟାନ କରିବ ବୋଲି ସେ ସୂଚନା ଦେଇଛନ୍ତି। ପୁରୀ ଚୈତନ୍ୟ ଛକରୁ ସ୍ୱର୍ଗଦ୍ୱାର ବେଳାଭୂମି ମଧ୍ୟରେ ଅବକ୍ଷୟ ଘଟିଛି। ସମୁଦ୍ରରୁ ସ୍ଥଳଭାଗର ପ୍ରାୟ ୩୦ ଫୁଟ ଭିତରକୁ କୂଳ ଖାଇଥିବା କୁହାଯାଉଛି।
ସମୁଦ୍ର ଜୁଅାର କୂଳକୁ ମାଡ଼ି ଅାସୁଥିବାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଜୁଅାରିଅା ସମୁଦ୍ର ଯୋଗୁଁ ବାଲି ଅବକ୍ଷୟ ହୋଇ ଏହି ଅଞ୍ଚଳ ଖାଲୁଅା ହୋଇ ପଡ଼ିଥିବାରୁ କୂଳ ପର୍ଯ୍ୟନ୍ତ ପାଣି ଅାସିଯାଉଛି। ବେଳାଭୂମି ସମ୍ମୁଖରେ ଥିବା ଅନେକ ଦୋକାନକୁ ଏଥିପାଇଁ ଦୋକନୀମାନେ ସ୍ଥାନାନ୍ତର କରିଦେଇଛନ୍ତି।
୨୦୧୬ ଅଗଷ୍ଟରେ ମଧ୍ୟ ଏମିତି ଜୁଅାର ଯୋଗୁଁ ସ୍ୱର୍ଗଦ୍ୱାର ବେଳାଭୂମି ଅବକ୍ଷୟ ହୋଇଥିଲା। ମାଡ୍ରାସ୍ ଅାଇଅାଇଟିର ଏକ ବିଶେଷଜ୍ଞ ଟିମ୍ ଅାସି ଏହାର ଅନୁଧ୍ୟାନ କରିଥିଲେ।