ଭୁବନେଶ୍ୱରରେ ସପିଂ ମଲ୍‌ ଖୋଲିବା ନେଇ ବିଏମ୍‌ସିର ଅନୁମତି

ଭୁବନେଶ୍ୱର: ଭୁବନେଶ୍ୱରରେ ସପିଂ ମଲ୍ ଖୋଲିବା ନେଇ ଅନୁମତି ଦେଲା ଭୁବନେଶ୍ୱର ମହାନଗର ନିଗମ(BMC)। ସପିଂ ମଲ୍ ଖୋଲିବା ନେଇ SOP ଜାରି କରିଛି BMC। ତେବେ ମଲ୍ ପରିସରରେ ଫୁଡ କୋର୍ଟ/ଇଟେରୀ ଆଇଟମ ଆଦି ଖୋଲିବନି ବୋଲି ନିର୍ଦ୍ଦେଶ ରହିଛି। ଗେମ୍ ଜୋନ/ପିଲାଙ୍କ ପାଇଁ ଖେଳିବା ଏରିଆ ବି ଖୋଲିପାରିବନି ବୋଲି ଏସ୍‌ଓପିରେ କୁହାଯାଇଛି।

କେବଳ ସେତିକି ନୁହେଁ ସପିଂ ମଲ୍ ଭିତରେ ଥିବା ସିନେମା ହଲ/ଫନ୍ ଜୋନ୍ ଆଦି ବି ବନ୍ଦ ରହିବ। ମଲ୍ ଭିତରେ ସମସ୍ତ ପ୍ରକାର ପ୍ରମୋସନାଲ କାର୍ଯ୍ୟକଳାପକୁ ମଧ୍ୟ ମନା ହୋଇଛି।

ବିଏମ୍‌ସି ଜାରି କରିଥିବା ଏସ୍‌ଓପି ଅନୁସାରେ…

 

  • ଷ୍ଟାଫ୍ ଓ ଗ୍ରାହକ ମଲ୍ ଭିତରେ ୬ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବେ।
  • ସମସ୍ତଙ୍କ ପାଇଁ ମଲ୍ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ।
  • ଷ୍ଟାଫ୍ ଓ ଗ୍ରାହକଙ୍କୁ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ୍ କରିବାକୁ ପରାମର୍ଶ।
  • ଯଦି ସଚେତକ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରି ନ ଥାନ୍ତି କରିବାକୁ ପରାମର୍ଶ ଦେଇଛି ବିଏମ୍‌ସି।
  • ସପିଂ ମଲ୍‌ର ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ।
  • ଜ୍ୱର କିମ୍ବା ଥଣ୍ଡା ହୋଇଥିଲେ ପ୍ରବେଶ ବାରଣ କରାଯାଇଛି।
  • ମାସ୍କ ପିନ୍ଧିଥିଲେ ସପିଂ ମଲ୍‌ ଭିତରକୁ ଅନୁମତି ମିଳିବ।
  • ମଲ୍ ଭିତରେ ମଧ୍ୟ ଠିକ୍ ଭାବେ ମାସ୍କ ପିନ୍ଧିବା ଜରୁରୀ।

 

ଆହୁରି ପଢ଼ନ୍ତୁ

ହକି ଦଳର ଅଧିନାୟକ ମନପ୍ରୀତ ଓ ଅନ୍ୟ ୩ ଖେଳାଳିଙ୍କୁ କରୋନା

ଆଜି ସୁସ୍ଥ ହେଲେ ୧୮୧୦ କରୋନା ଆକ୍ରାନ୍ତ

କରୋନା ଲଢ଼େଇରେ ଶିକ୍ଷକଙ୍କ ଅବଦାନକୁ ଭୁଲିଗଲେ କି ସରକାର ?

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେନି ହେମନ୍ତ ଶର୍ମା

ଭୁବନେଶ୍ୱର ସହରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ

କରୋନା ମୃତ୍ୟୁର ଅଡିଟ୍ ପାଇଁ ଦାବି କଲେ କଂଗ୍ରେସ ସାଂସଦ

ପଛରେ ପଡ଼ିଲା ଗଞ୍ଜାମ; ଆଜି ଏହି ଜିଲ୍ଲାରେ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସଟ୍‌ଡାଉନ୍ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜୟନାରାୟଣଙ୍କ ଚିଠି

ଅଗଷ୍ଟ ଶେଷରେ ବସିପାରେ ବିଧାନସଭା ମୌସୁମୀ ଅଧିବେଶନ

ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାର ଏହିସବୁ ଜିଲ୍ଲାକୁ ସତର୍କ ସୂଚନା

କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

‘କରୋନା ତଥ୍ୟ ଲୁଚାଉଛନ୍ତି ରାଜ୍ୟ ସରକାର’

You might also like