ଗଞ୍ଜାମରେ ଦୈନିକ ୫ଘଣ୍ଟା ପାଇଁ ଖୋଲିବ ଦୋକାନ

ଗଞ୍ଜାମ: ଜିଲ୍ଲାରେ କେଉଁ ଦୋକାନ ଖୋଲାଯିବ, କେଉଁ ଦୋକାନ ବନ୍ଦ ରହିବ, ସେନେଇ ସରକାରଙ୍କ ନିର୍ଦ୍ଦେଶନାମା ପରେ ନିଜ ଜିଲ୍ଲା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗଂଜାମ ଜିଲ୍ଲାପାଳ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଔଷଧ ଦୋକାନ ୨୪ ଘଣ୍ଟା ଖୋଲା ରହିବ। ତାସହ ସମସ୍ତ ଅନୁମତିପ୍ରାପ୍ତ କିମ୍ବା ପଞ୍ଜିକୃତ ଦୋକାନଗୁଡ଼ିକ ସକାଳ ୭ରୁ ଅପରାହ୍ନ ୧୨ଟା ଯାଏଁ ଖୋଲା ରଖିବାକୁ ଗଂଜାମ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସୋସିଆଲ୍ ଡିଷ୍ଟାନ୍ସିଂ ପାଳନ କରିବାକୁ ବାଧ୍ୟ କରାଯାଇଛି।

ତେବେ ଚା ଦୋକାନ୍, ଫୁଡ ଷ୍ଟଲ, ଫାଷ୍ଟଫୁଡ୍, ଅନୁମତି ପାଇନଥିବା ହୋଟେଲ୍, ଜୁଏଲାରି ଦୋକାନ, ବିୟୁଟି ପାର୍ଲର, ସାଲୁନ, ଜିମ୍, କପଡ଼ା ବଜାର, ମାଦକ ଦ୍ରବ୍ୟ ବିକ୍ରି ହେଉଥିବା ଦୋକାନ ଆଦି ବନ୍ଦ ରଖିବାକୁ ଗଂଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ଆଇନ ଉଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ୍-୨୦୦୫ ଏବଂ କୋଭିଡ-୧୯ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଗଂଜାମ ଜିଲ୍ଲାପାଳ। ତେବେ ବରିଷ୍ଠ ନାଗରିକ ଏବଂ ଶିଶୁଙ୍କୁ ବାହାରକୁ ବାହାରିବାକୁ ଏହି ଜିଲ୍ଲାରେ ନିଷେଧ କରାଯାଇଛି।

You might also like