ଦିନ ୧୧ଟା ପରେ ଦୋକାନ ଓ ହାଟ ବନ୍ଦ

ଜଗତ୍‌ସିଂହପୁର: ଜଗତସିଂହପୁରରେ ଲକ୍‌ଡାଉନ୍‌କୁ ଅଧିକ କଡ଼ାକଡ଼ି କରିଛି ଜିଲ୍ଲା ପ୍ରଶାସନ। ସକାଳ ୭ଟାରୁ ଦିନ ୧୧ଟା ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଓ ହାଟ ୧୧ଟା ପରେ ବନ୍ଦ ରହିବ। ସେହିପରି ପେଟ୍ରୋଲ ପମ୍ପଗୁଡିକରେ ମଧ୍ୟ କଟକଣା କରାଯାଇଛି।

ଦିନ ଗୋଟାଏ ପରେ ସାଧାରଣ ଉପଭୋକ୍ତାଙ୍କୁ ପେଟ୍ରୋଲ ମିଳିବନି ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ। ତେବେ କେବଳ ଜରୁରୀ ସେବା ପ୍ରଦାନକାରୀଙ୍କୁ ଦିନ ଗୋଟାଏ ପରେ ପେଟ୍ରୋଲ ମିଳିବ।

ଅତି ଜରୁରୀ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଜଗତସିଂହପୁର ଜିଲ୍ଲାର ସମସ୍ତ ୩୮ଟି ସାମ୍ପଲ ନେଗେଟିଭ ଆସିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

You might also like