ବାନ୍ଧବୀକୁ ହତ୍ୟାକଲା ବାନ୍ଧବୀ

ଭୁବନେଶ୍ୱର: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଭୁବନେଶ୍ୱର ଗୌରୀ ନଗର ଲେନ୍ ୫ରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ସେଠାରେ ନିଜ ବାନ୍ଧବୀଙ୍କୁ ହତ୍ୟା କଲେ ତାଙ୍କ ବାନ୍ଧବୀ।

ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ଯୁବତୀକୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି।

ଦୁଇ ବାନ୍ଧବୀ କୋଣାର୍କର ଅମିଶା ମିତ୍ର ଓ ବାଲେଶ୍ୱର ବସ୍ତା ଅଞ୍ଚଳର ଅଳକାନନ୍ଦ ଦାଶ ଭଡ଼ା ଘରେ ଦୀର୍ଘବର୍ଷ ହେଲା ଏକାଠି ରହୁଥିଲେ। ୨ ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଘର ମାଲିକଙ୍କ ବୁଝାସୁଝା ପରେ ବି ଏହାର ସମାଧାନ ହୋଇଥିଲା। ତେବେ ଗତ ରାତିରେ ପୁଣିଥରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଅମିଶା ମିତ୍ର କ୍ରୋଧାନ୍ୱିତ ହୋଇ ଅଳକାଙ୍କ ତଣ୍ଟି କାଟି ହତ୍ୟା କରିଥିବା ଥାନାରେ ସ୍ୱୀକାର କରିଛନ୍ତି।

 

You might also like