ବଡ଼ ଭଉଣୀ ମୋବାଇଲ୍ ନଦେବାରୁ ଜୀବନ ହାରିଲା ନାବାଳକ ଭାଇ

କେନ୍ଦୁଝର: ମୋବାଇଲ୍ ପାଇଁ ଜୀବନ ହାରିଦେଲା ନାବାଳକ। ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପଲାଣଘାଟି ଗାଁରୁ। ବଡ଼ ଭଉଣୀ ମୋବାଇଲ ନଦେବାରୁ ସାନଭାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ନାବାଳକ ମୟୁରଭଞ୍ଜ ଜିଲ୍ଲା କୁସୁମି ଗାଁର ମାନସ ମହାନ୍ତିଙ୍କ ପୁଅ।

ବାପା ପଲାଣିଘାଟି ସ୍କୁଲର ଶିକ୍ଷକ। ତେବେ ବାପା, ମା ମୟୁରଭଞ୍ଜ ଯାଇଥିବାବେଳେ ଗତକାଲି ମୋବାଇଲ୍ ଦେଖାକୁ ନେଇ ଭାଇ ଭଉଣୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ରାତିରେ ବଡ଼ଭଉଣୀ ଶୋଇଯିବା ପରେ ସାନ ଭାଇ ବେକରେ ଶାଢ଼ି ଗୁଡ଼ାଇ ଘର ଫ୍ୟାନରେ ଝୁଲି ପଡ଼ିଥିବା ସୂଚନା ମିଳିଛି। ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି।

You might also like