ହୋଲ୍‌ଡିଂ ଟାକ୍ସ, ଟ୍ରେଡ୍ ଲାଇସେନ୍ସ ଫି’ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

ଭୁବନେଶ୍ୱର: ଏଣିକି ହୋଲ୍‌ଡିଂ ଟାକ୍ସ କିମ୍ବା ଟ୍ରେଡ୍ ଲାଇସେନ୍ସ ଫି’ ଆଦାୟ କରିବେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ମହିଳା ମହାସଂଘର ସଦସ୍ୟା। ଏଥିଲାଗି ଚୟନ ହୋଇଥିବା ୨୦ଟି ଏସ୍‌ଏଚ୍‌ଜି/ମହିଳା ମହାସଂଘର ସଦସ୍ୟଙ୍କୁ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ମେସିନ୍ ବ୍ୟବହାର ସମ୍ପର୍କରେ ତାଲିମ ଦିଆଯାଇଛି।

ତେବେ ୪୦ ଲକ୍ଷ ଟଙ୍କା ଆଦାୟ ମଧ୍ୟରେ ସମ୍ପୃକ୍ତ ଗୋଷ୍ଠୀକୁ ଆଦାୟ ରାଶିର ୧ ପ୍ରତିଶତ, ୪୦ରୁ ୬୦ ଲକ୍ଷ ମଧ୍ୟରେ ଆଦାୟ ରାଶିର ୧.୫ ପ୍ରତିଶତ, ଏହାଠାରୁ ଅଧିକ ଆଦାୟ କଲେ ଗୋଷ୍ଠୀକୁ ୨ ପ୍ରତିଶତ ପ୍ରୋତ୍ସାହନ ରାଶି ଦେବାକୁ ସ୍ଥିର ହୋଇଛି।

You might also like