• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ପୂର୍ଣ୍ଣିମା ଗିରି ଓ ସବିତା ଗିରି ରାଷ୍ଟ୍ରପତିଙ୍କଠାରୁ ସାହସିକତା ପୁରସ୍କାର ପାଇଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ନିପାଣିଆ ଗାଁ ଲୋକଙ୍କ ଖୁସି କହିଲେ ନ ସରେ। ଏହି କୁନି କୁନି ଝିଅ ଦୁଇଟି ଦିନେ ୧୨ଜଣଙ୍କ ଜୀବନ ବଞ୍ଚାଇ ସମସ୍ତଙ୍କ ଆଦରର ପାତ୍ର ହୋଇଥିଲେ। ଆଜି ଏମାନଙ୍କ ପାଇଁ ଗାଁର ଉନ୍ନତି ପାଇଁ ସରକାର ବି ଆଗେଇ ଆସିଛନ୍ତି।  ସ୍କୁଲରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି।

ପୂର୍ଣ୍ଣିମା ଓ ସବିତା ପଢୁଥିବା ହାଇସ୍କୁଲରେ ନିର୍ମାଣ ହେବ ବାତ୍ୟା ଆଶ୍ରୟସ୍ଥଳ। ଏଥିପାଇଁ  ୧ କୋଟି ୨୦ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି ସରକାର। ସାଧାରଣ ସମୟରେ ଏହା ସ୍କୁଲ ଘର ଭାବେ ବ୍ୟବହାର ହେବ॥ ହେଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଉ ଏହି ବାତ୍ୟା ଆଶ୍ରୟସ୍ଥଳର କାମ  ଖୁବଶୀଘ୍ର ଆରମ୍ଭ କରିବାକୁ କୁହାଯାଇଛି । ଗାଁ ଲୋକଙ୍କ ପାଇଁ ସବୁଠାରୁ ଖୁସି ଓ ଗର୍ବର କଥା ଯେ, ଏହି ଆଶ୍ରୟସ୍ଥଳର ଭିତ୍ତିପ୍ରସ୍ଥର ପୂର୍ଣ୍ଣିମା ଓ ସବିତା  ସ୍ଥାପନ କରିବେ ବୋଲି ସ୍ଥିର ହୋଇଛି।

ସୂଚନାଯୋଗ୍ୟ, ୨୦୧୯ ଜାନୁଆରୀ ୨ ତାରିଖରେ କେନ୍ଦ୍ରାପଡ଼ା ହୁକିଟୋଲା ଦୀପରୁ ପିକ୍‌ନିକ ସାରି ଡଙ୍ଗାରେ ଫେରିବା ବେଳେ ଘଟିଥିଲା ଅଘଟଣ। ମହାକାଳପଡ଼ା ନିପାଣିଆଠାରେ ସନ୍ଧ୍ୟା ବେଳେ ଡଙ୍ଗା ବୁଡ଼ି ଗଲା। ଡଙ୍ଗାରେ ଥିବା ୫୫ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଅକାଳରେ ପ୍ରାଣ ହରାଇଲେ।  ସେହି ନିପାଣିଆ ଗାଁର ଦୁଇ ସାହସୀ ଭଉଣୀ ପୂର୍ଣ୍ଣିମା ଓ ସବିତା ଶୀତୁଆ ରାତିରେ ଜୁଆରିଆ ନଈ ଏବଂ କୁମ୍ଭୀରକୁ ଖାତିର ନକରି ମୃତ୍ୟୁ ମୁଖରୁ ଟାଣି ଆଣିଥିଲେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୧୨ ଜଣଙ୍କୁ । ଏଥିନିମନ୍ତେ ଏହି ୨ ଭଉଣୀଙ୍କୁ ଜାତୀୟ ସାହସିକତା ସମ୍ମାନରେ ସମ୍ମାନିତ କରାଯାଇଛି।

Shelter-home-will-start-in-nipania-village-chief-minister-declared
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories