ପ୍ରଶାସନର ତତ୍ପରତା: ବିଭିନ୍ନ ସେଲ୍ଟର୍‌ ହୋମ୍‌ରେ ଯାଞ୍ଚ

ଢେଙ୍କାନାଳ/ ବାଲେଶ୍ୱର/ଭଦ୍ରକ: ଢେଙ୍କାନାଳ ବେଲଟିକିରି ସେଲ୍ଟର୍‌ ହୋମ୍‌ ଘଟଣା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଆଜି ସିଡବ୍ଲ୍ୟୁସି ଓ ପୁଲିସ୍‌ ରାଜ୍ୟର ବିଭିନ୍ନ ସେଲ୍ଟର୍‌ ହୋମ୍‌ରେ ଯାଞ୍ଚ କରିଛନ୍ତି।

ଉଦଳା ଚୁଳିଆପାଣି ନିକଟରେ ଥିବା ସେଲ୍ଟର ହୋମ୍‌କୁ ପ୍ରଶାସନ ଖାଲି କରିଛି। ସେହିପରି ଛତ୍ରପୁରରେ ଥିବା ସେଲ୍ଟର ହୋମ୍‌କୁ ବି ଖାଲି କରାଯାଇଛି। ଏଠାରେ ରହୁଥିବା ୧୪୪ ଜଣ ଅନ୍ତେବାସୀଙ୍କୁ ବ୍ରହ୍ମପୁରରେ ଥିବା ସିଡବ୍ଲ୍ୟୁସି କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁରରେ ଅନ୍ୟ ସବୁ ସେଲ୍ଟର୍ ହୋମ୍‌ରେ ପ୍ରଶାସନର ଯାଞ୍ଚ ଜାରି ରହିଛି।

ରାଉରକେଲା ଲାଠିକଟାରେ ମଧ୍ୟ ସିଡବ୍ଲ୍ୟୁସି ଓ ପୁଲିସ୍‌ ପକ୍ଷରୁ ବିଭିନ୍ନ ସେଲ୍ଟର୍‌ ହୋମ୍‌ରେ ଚଢ଼ଉ କରାଯାଇଛି।

ବିଜେପି ମହିଳା ମୋର୍ଚ୍ଚାର ସେଲ୍ଟର୍‌ ହୋମ୍‌ ପରିଦର୍ଶନ

shelter home ସେପଟେ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ଆଜି ବାଲେଶ୍ୱର ରେମୁଣା ବ୍ଲକ୍‌ ସରସ୍ୱତୀପୁରରେ ଥିବା ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।  ଗତକାଲି ପ୍ରଶାସନ ଏହି ସେଲ୍ଟର୍‌ ହୋମକୁ ସିଲ୍ କରିଦେଇଥିବାରୁ ବିଜେପି ମହିଳା ମୋର୍ଚ୍ଚା ଟିମ୍ ପହଞ୍ଚି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ। ବିଶେଷକରି ଛାତ୍ରୀଙ୍କୁ ନିର୍ଯାତନା ଓ ଧର୍ମାନ୍ତରୀକରଣ ଅଭିଯୋଗ ନେଇ କର୍ମଚାରୀଙ୍କୁ ପ୍ରଶ୍ନ ପଚରାଉଚରା କରିଥିଲେ।

shelter home ସେହିପରି ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ତିହିଡି ବ୍ଲକ ନନ୍ଦପୁର ଗାଁରେ ଥିବା ଗୁଡ୍ ନ୍ୟୁଜ୍‌ ଇଣ୍ଡିଆ ଡ୍ରିମ୍ ସେଣ୍ଟର ସେଲ୍ଟର୍‌ ହୋମ୍‌କୁ ଯାଇଥିଲେ। ସେମାନେ ସେଠାରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।

You might also like