ପ୍ଲାଜମା ଦେଲେ ରାଜ୍ୟର ପ୍ରଥମ ମହିଳା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ ପ୍ଲାଜମା ସବୁଠୁ ଶକ୍ତଶାଳୀ ଅସ୍ତ୍ର।  ପ୍ଲାଜମା ଦାନ କରି ଆଶା ଦେଲେ ରାଜ୍ୟର ପ୍ରଥମ ମହିଳା। ରାଜ୍ୟର ପ୍ରଥମ ମହିଳା ଭାବେ ଏସ୍‌ସିବି ମେଡିକାଲର ଜଣେ ଛାତ୍ରୀ ପ୍ଲାଜମା ଦାନ କରିଛନ୍ତି। କେବଳ ସେତିକି ନୁହେଁ, ପ୍ରଥମ ମହିଳା କୋଭିଡ୍ ଯୋଦ୍ଧା ଭାବେ ସେ ମଧ୍ୟ ରାଜ୍ୟରେ ପ୍ରଥମ। ମହାମାରୀ କରୋନାରୁ ଆରୋଗ୍ୟ ହେବା ପରେ ସେ ଆଜି ପ୍ଲାଜମା ଦାନ କରିଛନ୍ତି। ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।


ମହାମାରୀ କରୋନା ବିରୋଧୀ ଲଢେଇ ବରଦାନ ସାବ୍ୟସ୍ତ ହେଉଛି ପ୍ଲାଜମା ଥେରାପି। ଯେଉଁଥିପାଇଁ ରାଜ୍ୟ ସରକାର ପ୍ଲାଜମା ଥେରାପିକୁ ଆପଣାଇଛନ୍ତି। ସେଥିପାଇଁ କଟକ ଏସ୍‌ସିବି ମେଡିକାଲକୁ ପ୍ଲାଜମା ନୋଡାଲ ସେଣ୍ଟର ଭାବେ ଚୟନ କରାଯାଇଛି। କଟକ SCBରେ ୧୮ ଜଣଙ୍କ ଠାରୁ ୩୬ ୟୁନିଟ୍ ପ୍ଲାଜମା ସଂଗୃହିତ ହୋଇଛି ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ଗତ ଜୁଲାଇ ୨୭ରେ ସୂଚନା ଦେଇଥିଲେ।

ପ୍ଲାଜମା ଦାନ କଥା ଆରୋଗ୍ୟଙ୍କୁ ବୁଝାଇବେ ମନ୍ତ୍ରୀ। ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି। ମନ୍ତ୍ରୀମାନେ ଜିଲ୍ଲା ବୁଲି କରୋନା ଆରୋଗ୍ୟଙ୍କୁ ପ୍ଲାଜମା ଦାନ ପାଇଁ କହିବେ।

You might also like