ଭିଜନ୍ ଆଶ୍ରୟ ଗୃହ ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା: ନିର୍ଦ୍ଦେଶକ ଅଟକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶମ୍ଭୁନଗର ପଡ଼ାରେ ଥିବା ପ୍ରୟାସ ବା ଭିଜନ୍ ଆଶ୍ରୟ ଗୃହରେ ନାବାଳିକା ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ପୁଲିସ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଅଟକ ରଖିଛି।

ଛାତ୍ରୀଙ୍କ ମାଆ କରିଥିବା ଅଭିଯୋଗ ଆଧାରରେ ପୁଲିସ ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପକ୍ଷେ ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ସରୋଜ କହିଛନ୍ତି।

ଘଟଣା ସମ୍ପର୍କରେ ଜାଣିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଉପଜିଲ୍ଲାପାଳ ଗତକାଲି ରାତି ଅଧିଆ ଚଢ଼ାଉ କରିଥିଲେ। ବିଭିନ୍ନ କାଗଜପତ୍ର ଯାଞ୍ଚ ସହ କର୍ମଚାରୀଙ୍କୁ ପଚରାଉଚରା ମଧ୍ୟ କରିଥିଲେ ।

ଦୀର୍ଘ ଦିନ ଧରି ସହରରେ ଥିବା ଏହି ଆଶ୍ରୟ ଗୃହର ସହାୟକଙ୍କ ସହାୟତାରେ ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ଦାସ ଏଭଳି ଲଜ୍ଜାଜନକ କାଣ୍ଡ ଭିଆଉଥିବା ଅଭିଯୋଗ ଆସିଥିଲା। ତାଙ୍କୁ ଆଶ୍ରୟ ଗୃହର ଅନ୍ୟ ବରିଷ୍ଠ ମହିଳା କର୍ମଚାରୀ ସହଯୋଗ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ବଲାଙ୍ଗିରର ଜଣେ ପୀଡ଼ିତାଙ୍କ ମା’ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଉଠାଇବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ମଧ୍ୟ ପଢ଼ନ୍ତୁ: କୁନି ଝିଅଙ୍କ ଇଜ୍ଜତ ଲୁଟିଲେ ଆଶ୍ରୟଦାତା !

You might also like