• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rosalin Rath

ଗଞ୍ଜାମ: ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଏବଂ କନ୍ୟା ସନ୍ତାନଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ତେବେ ଗଞ୍ଜାମ ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଢେର ହ୍ରାସ ପାଇଛି। ବେଆଇନ୍‌ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୂଣହତ୍ୟା ଏହାର ଏକ କାରଣ ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ‘ମୋ ଗେହ୍ଲା ଝିଅ ଯୋଜନା’ ଆରମ୍ଭ କରିଛି।

ସହରରେ ଛତୁ ଫୁଟିବା ଭଳି ଖୋଲିଥିବା କ୍ଲିନିକ୍ ଗୁଡ଼ିକରେ ବେଆଇନ୍‌ ଲିଙ୍ଗ ନିରୂପଣ ହେଉଥିବା ଅଭିଯୋଗ ହେଉଛି। ଯଦିଓ ଲୋକ ଦେଖାଣିଆ ଭାବେ ସବୁ କ୍ଲିନିକ୍ ବାହାରେ ଲିଙ୍ଗ ନିରୂପଣ ଅପରାଧ ବୋଲି ବୋର୍ଡ ଲଗାଯାଇଛି ତେବେ ଏହି ବୋର୍ଡ ତଳେ ଲୁଚି ଛପି ବେଆଇନ୍‌ କାର୍ଯ୍ୟ ଚାଲିଛି। ଏପରିକି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉ ନଥିବା ମଧ୍ୟ ଅଭିଯୋଗ ହେଉଛି।

ଗଞ୍ଜାମ ଜିଲ୍ଲାରେ ଗତ ୨୦୧୦ରେ ହଜାରେ ପୁରୁଷରେ ୯୦୨ ମହିଳା ଥିଲେ। ତେବେ ୨୦୧୭ରେ ଏହି ସଂଖ୍ୟା ୮୬୯କୁ ଖସି ଆସିଛି। ସେପଟେ ବେଆଇନ୍‌ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୂଣହତ୍ୟା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ରହ୍ମପୁର ଉପଜିଲ୍ଲାପାଳ କହିଛନ୍ତି।

ଅନ୍ୟପଟେ ସହରର କ୍ଲିନିକ୍ ଗୁଡ଼ିକରେ ବେଆଇନ କନ୍ୟାଭ୍ରୁଣ ହତ୍ୟା ଅଭିଯୋଗକୁ ଗଞ୍ଜାମ ଘରୋଇ କ୍ଲିନିକ୍ ଆସୋସିଏସନ୍‌ର ଜିଲ୍ଲା ସମ୍ପାଦକ ଖଣ୍ଡନ କରିଛନ୍ତି।

କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶରେ ଗତ ୧୪ ତାରିଖରୁ ‘ମୋ ଗେହ୍ଲା ଝିଅ ଯୋଜନା’ ଆରମ୍ଭ ହୋଇଛି। ଗତ ମାସେ ମଧ୍ୟରେ ଜନ୍ମ ହୋଇଥିବା କନ୍ୟା ସନ୍ତାନଙ୍କୁ ଉପହାର ଦେବା ସହ ମା’ଙ୍କୁ ସମ୍ମାନୀତ କରାଯାଉଛି।

Sex-ratio-declining-in-ganjam-district
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories