ଭଡ଼ା ଘରେ ବର୍ଷେ ହେଲା ଚାଲିଥିଲା ଦେହ ବ୍ୟବସାୟ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ବୈଦ୍ୟନାଥ ଥାନା ଅନ୍ତର୍ଗତ ହାତୀବନ୍ଧ ସାହିରେ ଏକ ଭଡ଼ା ଘରୁ ସୋମବାର ଅପରାହ୍ନରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୁଲିସ । ଏହି ଭଡ଼ା ଘର ଉପରେ ଚଢ଼ଉ କରି ପୁଲିସ ୨ ଜଣ ଗ୍ରାହକ ଓ ମାଷ୍ଟରମାଇଣ୍ଡକୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ମାଷ୍ଟରମାଇଣ୍ଡ ହାତୀବଂଧ ସାହିରେ ଏକ ଭଡ଼ା ଘର ନେଇ ରହୁଥିଲେ। ଏହି ଭଡ଼ା ଘରେ ସେ ଅନେକ ଦିନ ହେବ ଯୁବତୀ ଓ ମହିଳାମାନଙ୍କୁ ଆଣି ଦେହ ବ୍ୟବସାୟ କରୁଥିଲେ। ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ଗତକାଲି ଆକସ୍ମିକ ଚଢ଼ଉ କରିଥିଲା। ଚଢ଼ଉ ବେଳେ ପୁଲିସ ଦୁଇ ଗ୍ରାହକଙ୍କ ସହ ମାଷ୍ଟରମାଇଣ୍ଡକୁ ବି ଗିରଫ କରିବା ସାଙ୍ଗକୁ ନଗଦ ଟଙ୍କା, ୫ଟି ମୋବାଇଲ ଜବତ କରିଛି। ଚଢ଼ଉ ବେଳେ ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିବା ପୁଲିସ କହିଛି।

ଜେରା ବେଳେ ମାଷ୍ଟରମାଇଣ୍ଡ ସ୍ୱୀକାର କରିଛି ଯେ, ସେ ପ୍ରାୟ ବର୍ଷେ ହେଲା ଏହି ଧନ୍ଦା ଚଳାଇଥିଲା। ତେବେ ପ୍ରଶ୍ନ ଉଠିଛି, ପୁଲିସ ଏହାର ଟେର ପାଉ ନ ଥିଲା କେମିତି?

You might also like