ଆପାର୍ଟମେଣ୍ଟରେ ଚାଲିଥିଲା ସେକ୍ସ ରାକେଟ୍, ପହଞ୍ଚିଗଲା ପୋଲିସ୍‌

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଏକ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଚାଲିଥିବା ଖବର ପାଇ ଗତକାଲି ରାତିରେ ପୋଲିସ୍ ରେଡ୍‌ କରିଥିଲା। ଏହି ଘଟଣାରେ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ୨ ଜଣ ଗ୍ରାହକଙ୍କୁ ପୋଲିସ୍‌ ଧରିଛି।

ସୂଚନା ଅନୁସାରେ, ଦୀର୍ଘଦିନ ହେବ ଏହି ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍‌ ଚାଲିଥିଲା। ଖବର ପାଇ ଗତକାଲି ରାତିରେ ପୋଲିସ୍ ଆପାର୍ଟମେଣ୍ଟରେ ଥିବା ଏକ ଫ୍ଲାଟ୍‌ରେ ଚଢ଼ଉ କରି ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଗ୍ରାହକଙ୍କୁ ଧରିଥିଲା। ଘର ଭିତରୁ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।

୨ ଜଣ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଘର ପୁରୀ ଓ ଅନ୍ୟ ଜଣଙ୍କ ଘର କେନ୍ଦ୍ରାପଡ଼ାରେ। ସେମାନଙ୍କ ମଧ୍ୟରୁ ଜଣେ କିଙ୍ଗ୍‌ପିନ୍‌ ଥିବା ଜଣାପଡ଼ିଛି। ୨ ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ପରିବାର ଲୋକ ଏହି ଫ୍ଲାଟ୍‌ରେ ରହୁଥିଲେ ବୋଲି ସୂଚନା ମିଳିଛି।

ଆହୁରି ପଢନ୍ତୁ : ଦ୍ୱିତୀୟ ବିବାହ ଯୋଜନା କରୁଥିବା ବେଳେ ପହଞ୍ଚିଗଲେ ସ୍ତ୍ରୀ , ଘଟଣାସ୍ଥଳରୁ ଚମ୍ପଟ ମାରିଲା ସ୍ୱାମୀ

You might also like