ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଭଡ଼ା ଘରେ ପୁଲିସ୍‌ର ଚଢ଼ଉ

ବାସୁଦେବପୁର: ଦେହ ବ୍ୟବସାୟ ଚାଲୁଥିବା ସନ୍ଦେହରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବେତଡା ବଜାର ସ୍ଥିତ ଏକ ଭଡ଼ା ଘରେ ପୁଲିସ୍‌ ଚଢ଼ଉ କରିଛି। ଏହି ଘଟଣାରେ ପୁଲିସ୍‌ ଜଣେ ଯୁବତୀଙ୍କୁ ଉଦ୍ଧାର କରିବା ସହ ୨ ଜଣ ଯୁବକଙ୍କୁ ଅଟକ ରଖିଛି।

ଦୀର୍ଘ ଦିନ ଧରି ଏହି ଭଡ଼ା ଘରେ ଦେହ ବ୍ୟବସାୟ ଚାଲୁଥିବା ନେଇ ସ୍ଥାନୀୟ ଅଞ୍ଚଳର କିଛି ଲୋକେ  ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଜଣେ ଯୁବତୀଙ୍କ ସମେତ ୨ ଜଣ ଯୁବକଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ତେବେ ପୁଲିସ୍‌କୁ ଚକ୍‌ମା ଦେଖାଇ ଅନ୍ୟ ଜଣେ ଯୁବତୀ ଓ ୨ଜଣ ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।

You might also like