ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ୍‌; ୪ ମହିଳା ଉଦ୍ଧାର, ୨ ବ୍ୟକ୍ତି ଗିରଫ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ ହୋଇଛି। ଏଥିରେ ସମ୍ପୃକ୍ତ ୪ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ଗତ ୧୫ ଦିନ ହେବ ଏହିକ ଭଡ଼ା ଘରେ କିଛି ମହିଳା ରହୁଥିଲେ। ବହୁ ସମୟରେ ଏଠାକୁ ପୁରୁଷ ଆସୁଥିବାରୁ ସ୍ଥାନୀୟ ଲୋକଙ୍କର ସନ୍ଦେହ ହୋଇଥିଲା। ଏ ନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେବା ପରେ ପୋଲିସ୍‌ ଗତକାଲି ରାତିରେ ଭଡ଼ା ଘରେ ଚଢାଉ କରି ୪ ଜଣ ମହିଳାଙ୍କୁ ଉଦ୍ଧାର କରିବା ସହ ୨ ଜଣ ପୁରୁଷଙ୍କୁ ଗିରଫ କରିଛି।

ଭଦ୍ରକ ସହରଠୁ ଅଳ୍ପ ଦୂରରେ ସେକ୍ସ ରାକେଟ୍ ଚାଲିଥିବା ବେଳେ ପୋଲିସ ପାଖରେ ଏ ନେଇ କିପରି ଖରବ ନଥିଲା ସେ ନେଇ ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପା ନାହିଁ। 

You might also like