ଟ୍ୱିନ ସିଟିରେ ଘନ କୁହୁଡିର ଆସ୍ତରଣ
ଭୁବନେଶ୍ୱର: ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିଛି। ଆଜି ସକାଳୁ ସକାଳୁ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । କୁହୁଡ଼ିଳ ଯୋଗୁ ରାସ୍ତା ଦେଖାଯାଉ ନ ଥିଲା। ଫଳରେ ଗାଡ଼ି ଚାଳକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ବିଶେଷକରି ଭୁବନେଶ୍ୱର, କଟକରେ ଆଜି ସକାଳୁ କୁହୁଡ଼ିର ବଳୟ ଦେଖିବାକୁ ମିଳିଥିଲା। କୁହୁଡ଼ିର ପରିମାଣ ଏତେ ଅଧିକ ଥିଲା ଯେ, କିଛି ବାଟ ଯାଏଁ ହିଁ ରାସ୍ତାରେ ଦେଖିବା ସମ୍ବବପର ହେଉନ ଥିଲା। ଜାତୀୟ ରାଜପଥରେ ବିଶେଷ ଭାବେ ଗାଡ଼ି ଚଳାଚଳରେ ବାଧା ଉପୁୁଜିଛି। ଖାଲି ଟ୍ୱିନ୍ ସିଟି ନୁହେଁ ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ବି ସମାନ ଭାବେ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏପରି କୁହୁଡ଼ି ଆସନ୍ତାକାଲି ବି ଦେଖାଯାଇପାରେ।
ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଶୀତ ବଢିବାରେ ଲାଗିଛି। ଗତକାଲି କୋରାପୁଟରେ ସର୍ବନିମ୍ନ ତାପାମାତ୍ରା ୧୫ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି। ଗତକାଲି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ ରହିଥିବା ବେଳେ ସୋନପୁର ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ରହିଥିଲା।
୨୦, ୨୧ରେ ସାମାନ୍ୟ ବର୍ଷା ହେବା ନେଇ ଆଶଙ୍କା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦିନରେ ତାପମାତ୍ରା ସାମାନ୍ୟ ଅଧିକା ରହିବା ଯୋଗୁ ଦିନରେ କୁହୁଡ଼ିର ପରିମାଣ ବଢ଼ୁଥିବା ଆକଳନ କରାଯାଉଛି।