କଷ୍ଟମ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ: ଯାତ୍ରୀଙ୍କୁ ଧମକାଇ ଟଙ୍କା ନେଇଥିବା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରର ଜଣେ କଷ୍ଟମ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ବ୍ୟାଙ୍କକ୍‌ରୁ ଫେରୁଥିବା ଜଣେ ଯାତ୍ରୀଙ୍କୁ ଧମକାଇ ସେ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି।

ଯାତ୍ରୀ ଜଣଙ୍କ ସୁନା ଆଣିଥିବାରୁ ବିଭିନ୍ନ ଆଳ ଦେଖାଇ ସେ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯାତ୍ରୀ ଜଣଙ୍କ ବୈଧ ଡକ୍ୟୁମେଣ୍ଟ ଦେଖାଇବା ସତ୍ତ୍ୱେ କଷ୍ଟମ ଅଧିକାରୀ ଜଣଙ୍କ ତାଙ୍କଠାରୁ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।

ତେବେ CISFର ହସ୍ତକ୍ଷେପ ପରେ ସେ ଯାତ୍ରୀଙ୍କ ଟଙ୍କା ଫେରାଇ ଦେଇଥିଲେ। ଅନ୍ୟପକ୍ଷରେ ଜିଏସ୍‌ଟିର ଅତିରିକ୍ତ କମିଶନର ଘଟଣାର ସରଜମିନ୍ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

You might also like