ବିଦ୍ୟାଳୟ ପରିସର ପାଲଟିଛି ଗୋରୁଙ୍କ ବାସସ୍ଥଳୀ

ଚାରିଆଡ଼େ ଭାଙ୍ଗି ପଡ଼ିଛି ମଦ ବୋତଲ

କଟକ: ସ୍ୱାସ୍ଥ୍ୟକର ପରିବେଶରେ ପିଲାଙ୍କ ପାଠପଢ଼ାକୁ ନେଇ ସରକାରଙ୍କ କେତେ କ’ଣ ଯୋଜନା ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ସୁସ୍ଥ ପରିବେଶ ସାଙ୍ଗକୁ ଉନ୍ନତମାନର ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ପୂରା ଓଲଟା।

ଖୋଲା ଆକାଶ ତଳେ ପିଲା ମଧ୍ୟାହ୍ନ ଭୋଜନ ଖାଉଥିବାବେଳେ, ଅସାମାଜିକ ବ୍ୟକ୍ତି ଓ ଗୃହ ପାଳିତ ପଶୁଙ୍କ ଆଡ୍ଡାସ୍ଥଳୀ ପାଲଟିଛି ବିଦ୍ୟାଳୟ ପରିସର। କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଘୋଳପୁର ନୋଡାଲ୍ ସ୍କୁଲରେ ଏଭଳି ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା।

ଚାରିଆଡ଼େ ମଦ ବୋତଲ ଭାଙ୍ଗି ପଡ଼ିଛି। ବିଦ୍ୟାଳୟରେ ଶୌଚାଳୟ ବ୍ୟବସ୍ଥା ମଧ୍ୟ ନାହିଁ, ପିଲା ମଧ୍ୟାହ୍ନ ଭୋଜନ ଖାଇବାବେଳେ ଶିକ୍ଷକମାନେ ପଡ଼ିଆରେ ବାଡ଼ି ଧରି ବୁଲା କୁକୁର ଓ କାଉ ତଡ଼ୁଛନ୍ତି। ପିଲାଙ୍କୁ ସ୍କୁଲ୍‌ ବାରଣ୍ଡାରେ ଖାଇବା ପାଇଁ ଶିକ୍ଷକମାନେ ମନା କରିଥିବା ଅଭିଯୋଗ ହୋଇଛି।

ଖାଲି ସେତିକି ନୁହେଁ, ସ୍କୁଲ୍ ପାଇଁ ଥିବା ନଳକୂପକୁ ପିଲାମାନେ ବ୍ୟବହାର କଲେ ଗାଁଲୋକେ ଗାଳି କରୁଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ, ଏସବୁ ଅଭିଯୋଗକୁ ସ୍କୁଲ୍ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଏଥିସହ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଙ୍କୀ ବିଇଓ ଅଶୋକ କୁମାର ମହାନ୍ତି ପ୍ରତିଶ୍ରୁତି ଦେଇଛନ୍ତି।

You might also like