ଭୁବନେଶ୍ୱର: ଦେହରେ ଲାଗି ଯାଉଛି ଚାମଚ, କଣ୍ଟା ଇତ୍ୟାଦି ଲୁହା ତିଆରି ସାମଗ୍ରୀ। ଦେହରେ ଚୁମ୍ବକ ଥିବା ପରେ ସେହି ସବୁ ସାମଗ୍ରୀ ପୁରା ଲାଖି ଯାଉଥିବାର ଅନେକ ଲୋକେ ଦାବି କରିଛନ୍ତି। ଏହାର ଭିଜୁଆଲ୍ ବି ଭାଇରାଲ ହେଉଛି। ରାଜ୍ୟର ଅନେକ ସ୍ଥାନରୁ ଏପରି ଚିତ୍ର ଆସିଛି। ଅନୁଗୁଳ, ଢେଙ୍କାନାଳ ଓ ନୀଳଗିରିରୁ ସାମ୍ନାକୁ ଆସିଛି। ଏଭଳି ଘଟଣା  ସଂପୃକ୍ତ ବ୍ୟକ୍ତିମାନେ କହୁଛନ୍ତି, କରୋନା ଟିକା ନେବା ପରେ ଏପରି ହେଉଛି।

ସେମାନଙ୍କ ମତରେ କରୋନା ଟିକା ନେବା ପରେ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେଉଛି। ଫଳରେ ଶରୀରରେ ଲାଖି ରହୁଛି ଲୁହା ତିଆରି ସାମଗ୍ରୀ  କିନ୍ତୁ ଏପରି ଚର୍ଚ୍ଚାକୁ ଡାକ୍ତର ଖଣ୍ଡନ କରିଛନ୍ତି। କରୋନା ଟିକା ନେବା ପରେ ଦେହରେ ଚୁମ୍ବକୀୟ ଶକ୍ତି ସୃଷ୍ଟି ହେଉଥିବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି କୋଭାକ୍ସିନ ପରୀକ୍ଷଣ ଓଡିଶା ମୁଖ୍ୟ ଇ.ଭେଙ୍କଟରାଓ।

ସେପଟେ କରୋନା ଟିକା ନେବା ପରେ ଚୁମ୍ବକୀୟ ଶକ୍ତି ବୃଦ୍ଧି ପାଉଥିବା ଖବରରେ କୌଣସି ସତ୍ୟତା ନାହିଁ । ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କେନ୍ଦ୍ର ସରକାରଙ୍କ ପିଆଇବି ପକ୍ଷରୁ କୁହାଯାଇଛି।

Other Stories