ଟ୍ରେନ ଅଟକାଇ ଖସିଗଲେ ପ୍ରବାସୀ ! ୭ ଜଣଙ୍କୁ ଧରି କ୍ୱାରେଣ୍ଟାଇନ ନେଲା ପ୍ରଶାସନ

ଅନୁଗୁଳ: ଅହମ୍ମଦବାଦରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଟ୍ରେନ୍‌ରେ ଅଭାବନୀୟ ଘଟଣା। ଟ୍ରେନ୍‌କୁ ଅଟକାଇ ପ୍ରବାସୀଙ୍କ ଖସିଯିବାକୁ ଉଦ୍ୟମ। ଏଭଳି ଘଟଣା ଘଟିଛି ଅନୁଗୁଳ ମଝିକା ନିକଟରେ। ଚେନ ପୁଲିଂ କରି ଖସି ଯିବାକୁ ଟ୍ରେନ ଅଟକାଇଥିବା ଅଭିଯୋଗ ହୋଇଛି। ତେବେ ୭ ଜଣଙ୍କୁ ଅଟକ ରଖି କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେଲା ପ୍ରଶାସନ। ଏମାନେ ଅହମ୍ମଦାବାଦରୁ  ଓଡ଼ିଶା ଆସୁଥିଲେ। ଅନୁଗୁଳ ମଝିକା ନିକଟରେ ୭ ଜଣଙ୍କୁ ଧରାଯାଇଛି।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି ପ୍ରବାସୀ ଓଡ଼ିଆ। ଗୁଜରାଟ, ମହାରାଷ୍ଟ୍ର ଓ ତାମିଲନାଡରୁ ଆଜି ୫ଟି ଟ୍ରେନ୍ ଯୋଗେ ପ୍ରାୟ ୫ ହଜାରରୁ ଅଧିକ ପ୍ରବାସୀ ଓଡ଼ିଶା ଅଭିମୁଖେ ବାହାରିଛନ୍ତି।

ତେବେ ସୁରତ ଲିଙ୍କ୍ ପାଇଁ ରାଜ୍ୟର କରୋନା ସଂକ୍ରମଣ ହାର ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଥିବାବେଳେ ଆସୁଥିବା ପ୍ରବାସୀ ଏବଂ ସେମାନଙ୍କ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ିଛି।

୫ଟି ଟ୍ରେନ୍‌ ମଧ୍ୟରୁ ଗୁଜୁରାଟରୁ ୩, ମହାରାଷ୍ଟ୍ରର ପାନ୍‌ଭେଲରୁ ଗୋଟିଏ ଓ ଚେନ୍ନାଇରୁ ଗୋଟିଏ ଟ୍ରେନ୍ ବାହାରି ଯାତ୍ରା ଜାରି ରହିଛି । ଏସବୁ ଟ୍ରେନ୍‌ରେ ପାଖାପାଖି ସାଢ଼େ ୫ ହଜାର ପ୍ରବାସୀ ଥିବା ସୂଚନା ମିଳିଛି।

You might also like