ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଭ୍ୟାନ୍

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତାର ବର୍ତ୍ତୀ ନିକଟରେ ଏକ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଭ୍ୟାନ୍ ଗଛରେ ପିଟି ହେବା ଫଳରେ ୭ ଜଣ ଆହତ ହୋଇଛନ୍ତି।

ଆହତଙ୍କୁ ଜଗତସିଂହପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସମସ୍ତ ଆହତ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଗୋପାଳସାଗର ଗାଁର।

ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ସେମାନେ କେନ୍ଦ୍ରାପଡ଼ାର ଅସୁରେଶ୍ୱରରୁ ମେଲଣ ଦେଖି ଫେରୁଥିବା ବେଳେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଏକ ଗଛରେ ପିଟି ହୋଇ ଯାଇଥିଲା।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like