ପୁଲିସ ଏନକାଉଣ୍ଟରରେ ୭ ମାଓବାଦୀ ମୃତ

ମାଲକାନଗିରି( ଜିତେନ୍ଦ୍ର ବେଉରା)   : ୭ ମାଓବାଦୀ ମୃତ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାର ତିରିଆମାଚକଟ ଜଙ୍ଗଲରେ ୭ ମାଓବାଦୀଙ୍କୁ ଏନକାଉଣ୍ଟର କରିଛି ଛତିଶଗଡ଼ ପୁଲିସ।

DRG ଏବଂ STF  ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି ସମସ୍ତ ମାଓବାଦୀ। ତିରିଆମାଚକଟ ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଯବାନ। ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ୍ ଓ ୪ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ ହୋଇଛି। ଅସ୍ତ୍ରଶସ୍ତ୍ର ସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି।

 

You might also like