‘ଭାକ୍ସିନ୍ ନ ବାହାରିବା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହୁ’

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ସେବାୟତ। ଭର୍ଚୁଆଲ୍ ମିଟିଂ ଜରିଆରେ ବିଭିନ୍ନ ନିଯୋଗ ଓ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ତେବେ ମନ୍ଦିର ଖୋଲିବା ସପକ୍ଷରେ ନାହାନ୍ତି ସେବାୟତମାନେ।  ଭାକ୍ସିନ୍ ନ ବାହାରିବା ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହୁ ବୋଲି ସେବାୟତମାନେ କହିଛନ୍ତି। ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଲେ ସଂକ୍ରମଣ ବୃଦ୍ଧି ପାଇବ। ଫଳରେ ଶ୍ରୀଜିଉଙ୍କ ନୀତିକାନ୍ତି ଓ ସେବାପୂଜା ବାଧାପ୍ରାପ୍ତ ହେବ ବୋଲି ସେବାୟତ କହିଛନ୍ତି।

ରଥଯାତ୍ରାରେ ଯେପରି ଶ୍ରଦ୍ଧାଳୁମାନେ ସହଯୋଗ କରି ଏଥିରୁ ବିରତ ରହିଲେ, ସେହିପରି ଭାବେ ଆଉ କିଛି ଦିନ ସହଯୋଗ କରିବାକୁ ଭକ୍ତଙ୍କୁ ନିବେଦନ କରିଛନ୍ତି ସେବାୟତ। ସେହିପରି ଯେଉଁ ସେବାୟତମାନେ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି ହୋଇଛି।

କରୋନା ବେଳେ ସେବାୟତଙ୍କୁ ଦିଆଯାଉଥିବା ସ୍ୱତନ୍ତ୍ର ଅନୁଦାନ ବୃଦ୍ଧି କରିବାକୁ ମଧ୍ୟ ଦାବି ହୋଇଛି। କାର୍ତ୍ତିକ ମାସ ଶେଷ ପର୍ଯ୍ୟନ୍ତ ଓ ନାଗାର୍ଜୁନ ବେଶରେ ମଧ୍ୟ ଭକ୍ତଙ୍କ ଦର୍ଶନ ବନ୍ଦ ରଖିବାକୁ ସେବାୟତମାନେ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

୪ ଦିନ ପରେ ଓଡ଼ିଶାରୁ ବିଦାୟ ନେବ ମୌସୁମୀ !

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

You might also like