ବୌଦ୍ଧ: ସେବାଶ୍ରମ ସ୍କୁଲ୍ଗୁଡ଼ିକର ଶିକ୍ଷକ କର୍ମଚାରୀମାନେ ପିଲାଙ୍କୁ ନିର୍ଯାତନା ଦେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି । ସେଥି ପାଇଁ ବିଭିନ୍ନ ସମୟରେ ପିଲାମାନେ ସେବାଶ୍ରମ ଛାଡ଼ି ପଳାଇ ଆସୁଥିବା ନଜିର ରହିଛି ।
ସେମାପାଜୁ ଘଞ୍ଚ ଜଙ୍ଗଲରେ ୪ ନାବାଳିକା କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ନାବାଳିକାମାନେ ହେଲେ କନ୍ଧମାଳ ଜିଲ୍ଲା ବିଳାବାଡି ଆଦିବାସୀ ହରିଜନ ସେବାଶ୍ରମର ଛାତ୍ରୀ। ସେବାଶ୍ରମରେ ଶିକ୍ଷକଙ୍କ ନିର୍ଯାତନା ସହି ନପାରି ଆଶ୍ରମରୁ ଲୁଚି ପଳାଇ ଆସିଥିବା କହିଛନ୍ତି ଜଣେ ଛାତ୍ରୀ। ଆଶ୍ରମରେ ଲୁଗାପଟା ସଫା, ବାସନ କୁସନ ମାଜିବା କାମ ନକଲେ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଉଦ୍ଧାର ଛାତ୍ରୀଙ୍କ ଘର ଟିକରପଡା ପଞ୍ଚାୟତ ଅଞ୍ଚଳରେ।
ସେବାଶ୍ରମ ଶିକ୍ଷକ ଭାଗବତ ପ୍ରଧାନଙ୍କୁ ଛାତ୍ରୀମାନଙ୍କୁ ହସ୍ତାନ୍ତର କରାଯାଇଛି।