ଆଜିଠୁ ଗଡ଼ିବ ସେବା ଏକ୍ସପ୍ରେସ୍
ଭୁବନେଶ୍ୱର: ଆଜିଠୁ ଗଡିବ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ । ଦିନ ସାଢେ ଗୋଟାଏରେ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡି ନୟାଗଡ଼ ଅଭିମୁଖେ ଯିବ। ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ।
ପ୍ରତିଦିନ ଏହି ଟ୍ରେନ ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ମିନିଟରେ ଛାଡ଼ିବ ଏବଂ ନୟାଗଡ଼ ଟାଉନରେ ରାତି ୮ଟା ୪୫ମିନିଟରେ ପହଞ୍ଚିବ I ସେହିପରି ନୟାଗଡ଼ ଟାଉନଠାରୁ ସକାଳ ୬ଟା୩୦ମିନିଟରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ।
ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହି ମାର୍ଗରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ଗୁଡିକର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି I