ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ୍
ଭୁବନେଶ୍ୱର: ନୟାଗଡ଼ବାସୀଙ୍କ ପାଇଁ ଐତିହାସିକ ଦିନ। ଆଜିଠୁ ଗଡ଼ିଲା ଭୁବନେଶ୍ୱର ଓ ନୟାଗଡ଼ ମଧ୍ୟରେ ସେବା ଏକ୍ସପ୍ରେସ। ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହର୍ଷବର୍ଦ୍ଧନ, ଏବଂ ସୁରେଶ ସି ଅଙ୍ଗାଡି ମଧ୍ୟ ଉପସ୍ଥିତ ଥିଲେ।
ଭୁବନେଶ୍ୱର ରେଳ ଷ୍ଟେସନରୁ ନୟାଗଡ଼ ଅଭିମୁଖେ ବାହାରିଛି ଟ୍ରେନ୍। ସେବା ଏକ୍ସପ୍ରେସ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୬ଟା ୪୦ମିନିଟରେ ଛାଡ଼ି ନୟାଗଡ଼ ଟାଉନରେ ରାତି ୮ଟା ୪୫ମିନିଟରେ ପହଞ୍ଚିବI ପର ଦିନ ସକାଳେ ଟ୍ରେନଟି ପୁଣି ନୟାଗଡ଼ରୁ ସକାଳ ୬ଟା ୩୦ ମିନିଟରେ ଛାଡି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ। ଏହି ସେବା ଏକ୍ସପ୍ରେସ୍ ଚାଲିବା ଦ୍ୱାରା ଏହି ରୁଟ୍ର ହଜାର ହଜାର ଲୋକ ଉପକୃତ ହେବେ।