• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ମଧ୍ୟରେ ଗଜାମରୁ ସର୍ବାଧିକ ସୁସ୍ଥ ଅଛନ୍ତି। ଏହାକୁ ମିଶାଇ ଏଯାବତ୍ ରାଜ୍ୟରେ ୭୦୦୬ ଜଣ କରୋନାରୁ ସୁସ୍ଥ ହେଲେଣି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:-

ଗଂଜାମରୁ ସର୍ବାଧିକ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାଜପୁର ୪୬, ଖୋର୍ଦ୍ଧା ୨୮, କଟକ ୨୧, କେନ୍ଦୁଝରରୁ ୧୬, ନୟାଗଡ଼ରୁ ୧୪, ନବରଙ୍ଗପୁରରୁ ୯, ପୁରୀରୁ ୭, ବରଗଡ଼ରୁ ୬ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ, ଝାରସୁଗୁଡ଼ା, ମୟୂରଭଂଜରୁ ୫ ଲେଖାଏଁ, ଅନୁଗୁଳ ଓ ନୂଆପଡ଼ାରୁ ୪ ଲେଖାଏଁ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସମ୍ବଲପୁରରୁ ୩ ଲେଖାଏଁ, ବଲାଙ୍ଗିର, ଜଗତସିଂହପୁର, କୋରାପୁଟ, ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।


ସେହିପରି ରାଜ୍ୟରେ ଆଉ ୫୨୭ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୬ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୮୯ ରହିଛି।

Setting-standards-patient-care-and-recovery-odisha-achieved-a-record-high-discharge-of-303-covid19-patients-in-a-day
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories