କିଛି ଶୁଣିଲେନି, କାଟିଦେଲେ ବିଦ୍ୟୁତ୍‌ ସଂଯୋଗ,

ଖୋର୍ଦ୍ଧା:ବକେୟା ବିଲ୍‌ ପୈଠ କରି ନ ଥିବା ଉପଭୋକ୍ତାଙ୍କ ଘରୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କଲା ସେସୁ। ଏହି କାର୍ଯ୍ୟ ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରୁ ଆରମ୍ଭ ହୋଇଛି।  ପ୍ରଥମେ ୫୩ଟି କମର୍ସିଆଲ୍ ସଂସ୍ଥାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି । ଏହି ସଂସ୍ଥା ଗୁଡ଼ିକ ବିଲ୍‌ ବକେୟା ରଖିଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ସେସୁ ପକ୍ଷରୁ କୁହାଯାଇଛି।

ବିଦ୍ୟୁତ କାଟିବା ପାଇଁ ସେସୁ ପକ୍ଷରୁ ୩୯ଟି ସ୍କ୍ୱାଡ୍ ନିୟୋଜିତ ହୋଇଛନ୍ତି । ଆଜି ପ୍ରଥମ ଦିନରେ ସମୁଦାୟ ୮ଶହ ବିଦ୍ୟୁତ ଉପଭୋକ୍ତାଙ୍କ ଲାଇନ କଟାଯାଇଛି । ଏଥିସହ ୩ କୋଟି ଟଙ୍କା ବକେୟା ବିଦ୍ୟୁତ ବିଲ୍ ଆଦାୟ କରାଯାଇଛି । ଏଥିସହ ନିର୍ଦ୍ଧାରିତ ସମୟଠାରୁ ସେସୁ କଲେକ୍ସନ କାଉଣ୍ଟର ପର୍ଯ୍ୟନ୍ତ ଖୋଲାରହିବ ବୋଲି ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା ।

ସୂଚନା ଥାଉ କି, ଜାନୁଆରୀ ୧୬ତାରିଖରୁ ବିଲ୍ ଖିଲାପକାରୀ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କାଟିବା ପାଇଁ ସେସୁ ପକ୍ଷରୁ ଡିସେମ୍ବର  ଘୋଷଣା କରାଯାଇଥିଲା। ୨୦୧୯ ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୭ ଲକ୍ଷ ଗ୍ରାହକଙ୍କ ଉପରେ ୧୯୭୧କୋଟି ଟଙ୍କା ବାକି ରହିଛି। ବିଦ୍ୟୁତ ସଂଯୋଗ କାଟିବା ପାଇଁ ଚେତାବନୀ ଦିଆଯିବା ପରେ ପ୍ରାୟ ୧ଲକ୍ଷ ଗ୍ରାହକ ସେମାନଙ୍କର ବିଦ୍ୟୁତ ବକେୟା ପୈଠ କରିଛନ୍ତି।

 

You might also like