ଭୁବନେଶ୍ୱରରେ କେବେ ସ୍ୱାଭାବିକ ହେବ ବିଜୁଳି ସଂଯୋଗ ?
ସ୍ପଷ୍ଟ ସୂଚନା ଦେଇପାରିଲା ନାହିଁ ସେସୁ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଜୁଳି ସଂଯୋଗ କେବେ ସ୍ୱାଭାବିକ ହେବ ସେ ନେଇ ସ୍ପଷ୍ଟ ସୂଚନା ଦେଇପାରନି ସେସୁ। ୧୦ ହଜାରରୁ ଅଧିକ ବିଦ୍ୟୁତ୍ ଖୁଣ୍ଟ ଉପୁଡିଥିବାରୁ ଏଗୁଡ଼ିକୁ ମରାମତି କରି ବିଜୁଳି ସଂଯୋଗ କରିବା ନେଇ ହାତ ଟେକି ଦେଇଛି ସେସୁ।
ପ୍ରାୟ ୧୫ ଶହ କର୍ମଚାରୀ ଏବେ ବିଦ୍ୟୁତ୍ ସଂଯୋଗ ପାଇଁ କାମରେ ଲାଗିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସେସୁ କଣ୍ଟ୍ରୋଲ ରୁମ୍ରେ ଆଜି ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ପହଁଞ୍ଚି ସେସୁର ସିଇଓଙ୍କ ସହ ପରିସ୍ଥିତି ନେଇ ଆଲୋଚନା କରିଛନ୍ତି।