ଶ୍ରୀମନ୍ଦିର ଖୋଲିବାକୁ ଧାରଣାରେ ବସିଲେ ସେବାୟତ

ପୁରୀ: ଶ୍ରୀମନ୍ଦିର ଖୋଲିବାକୁ ଧାରଣା ବସିଲେ ସେବାୟତ। ଶ୍ରୀମନ୍ଦିର ଖୋଲିବା ନେଇ ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଲେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର। ବର୍ତ୍ତମାନର ସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି ଶ୍ରୀମନ୍ଦିର ଖୋଲିବାକୁ ସେ କହିଛନ୍ତି।

ମନ୍ଦିର ଚାରି ଦ୍ୱାରରେ ଡାକ୍ତର ନିୟୋଜିତ କରି ଥରକୁ ୫୦ ଜଣ ଲେଖାଏଁ ଭକ୍ତ ଦର୍ଶନ ପାଇଁ ଛାଡ଼ିବାକୁ ସେ କହିଛନ୍ତି। ସେବାୟତଙ୍କୁ ଦିଆଯାଉଥିବା ସହାୟତା ଅର୍ଥ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସୁଆରମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର।

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାରୋଟି ପର୍ଯ୍ୟାୟରେ ଦିଆଯାଇଥିବା ୫ ହଜାର ଟଙ୍କା ପରିବାର ଚଳିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ସେପଟେ, ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଛନ୍ତି ଉପଜିଲ୍ଲାପାଳ ଓ ନୀତି ପ୍ରଶାସକ।

You might also like