ଜୁଲାଇ ୧ରୁ ଭୁବନେଶ୍ୱର ସମେତ ଏହିସବୁ ଅଞ୍ଚଳରେ ହେବ ସେରୋଲୋଜିକାଲ୍‌ ସର୍ଭେ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଆସନ୍ତା ଜୁଲାଇ ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ଭେ ଆରମ୍ଭ ହେବ। ଭୁବନେଶ୍ୱର ସହର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ଏହି ସର୍ଭେ ହେବ। ସେହିପରି କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ମଧ୍ୟ ସେରୋଲୋଜିକାଲ ସର୍ଭେ ହେବ।

ଗତ ଶନିବାରଠୁ ପୁରୀରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସେରୋଲଜିକାଲ ସର୍ଭେରେ ପରିସରଭୁକ୍ତ କରାଯାଇଛି। ଏହାସହ ପୌର, ପରିବହନ, ପୁଲିସ୍ କର୍ମଚାରୀଙ୍କର ମଧ୍ୟ ସେରୋଲଜିକାଲ ସର୍ଭେ ହେବ। କମ୍ୟୁନିଟିରୁ ମଧ୍ୟ ଲୋକଙ୍କୁ ବାଛି ସେରୋଲଜିକାଲ ସର୍ଭେ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ

You might also like