ମାଲକାନଗିରି: ମାଲକାନଗିରିରେ ଆଜିଠୁ ଆରମ୍ଭ ହେଲା ସେରୋ ସର୍ଭେ। RMRCର ଏକ ଟିମ ମାଲକାନଗିରିରେ ସେରୋ ସର୍ଭେ କାମ ଆରମ୍ଭ କରିଛନ୍ତି। ଆସନ୍ତା ତିନିଦିନ ଯାଏ ଧରି ସେରୋ ସର୍ଭେ କରାଯିବ।
ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କ କରୋନାକୁ ନେଇ ରୋଗ ପ୍ରତିରୋଧକ ଶକ୍ତି ବଢିଛି ଅର୍ଥାତ କେତେ ଲୋକଙ୍କ ଆଣ୍ଟିବଡି ଡେଭଲପ ହୋଇଛି ତାହା ଚେକ୍ କରାଯିବ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ ହୋଇଛି।
ଏହି ସର୍ଭେ ବର୍ତ୍ତମାନ କେବଳ ମାଲକାନଗିରିର ସଦର ମହକୁମାରେ କରାଯିବ। ପରେ ଗ୍ରାମାଞ୍ଚଳରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୫ଶହ ଲୋକଙ୍କୁ ଏହି ଟେଷ୍ଟ କରାଯିବ। ଏଥିପାଇଁ ୫ ଟିମ ଗଠନ କରାଯାଇଛି। ପ୍ରତେକ ଦିନ ୫ଶହଟି ରକ୍ତ ନମୁନା ସଂଗ୍ରହ କରାଯିବ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ।