ଭୁବନେଶ୍ୱରରେ ହେଉଛି ସେରୋଲୋଜିକାଲ ସର୍ଭେଲାନ୍ସ

ଭୁବନେଶ୍ୱର: ଭୁବନେଶ୍ୱରର ଅଧିକ କରୋନା ସଂକ୍ରମିତ ଅଂଚଳରେ ଆଜି ସେରୋଲୋଜିକାଲ ସର୍ଭେଲାନ୍ସ କରାଯାଉଛି। ଯେଉଁମାନେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି, ସେମାନଙ୍କଠାରୁ ସଂଗ୍ରହ ନମୁନା କରାଯାଉଛି। ରୋଗ ପ୍ରତିରୋଧକ କମ୍ ଥିବା ବ୍ୟକ୍ତି, ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ସାମ୍ବାଦିକ, ମ୍ୟୁନିସିପାଲ କର୍ମଚାରୀ, ଡ୍ରାଇଭର, କଏଦୀ, ଦେକାନୀ, ବିମାନବନ୍ଦର କର୍ମଚାରୀ, ବସ୍ତି ଅଂଚଳ ଓ କଣ୍ଟେନମେଣ୍ଟ ଅଂଚଳରେ ରହୁଥିବା ଲୋକମାନଙ୍କୁ ଏଥିରେ ପ୍ରାଥମିକତା ଦିଆଯାଉଛି।

ଏଥିପାଇଁ ଭୁବନେଶ୍ୱରର ୨୫ଟି ୱାର୍ଡ ଚିହ୍ନଟ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ସର୍ଭେଲାନ୍ସ ହେବ। ପ୍ରଥମ ପର୍ଯ୍ୟାୟରେ ୨୫ଶହରୁ ଅଧିକ ଲୋକଙ୍କ ଠାରୁ ନମୁନା ସଂଗ୍ରହ ହେବ। ଏହି ପ୍ରକ୍ରିୟା ୧୦ରୁ ୧୨ ଦିନ ମଧ୍ୟରେ ଶେଷ ହେବ। ଏହାର ୨୮ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେଲାନ୍ସ କରାଯିବ।

You might also like