‘ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ’

ଭୁବନେଶ୍ୱର: କୌଣସି ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ। ଏଠାରେ ଚିକିତ୍ସା ହେବା ପାଇଁ ସମସ୍ତଙ୍କର ସଂପୂର୍ଣ୍ଣ ଅଧିକାର ରହିଛି। କଟକ, ଭୁବନେଶ୍ୱରକୁ ବାହାର ଜିଲ୍ଲାର ରୋଗୀଙ୍କୁ ବ୍ୟାନ୍ ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି  ସ୍ବାସ୍ଥ୍ୟ ବିଭାଗ ଏସିଏସ୍।

ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, କଟକ, ଭୁବନେଶ୍ୱରକୁ ବାହାର ଜିଲ୍ଲାର ରୋଗୀଙ୍କୁ ବ୍ୟାନ୍ କରାଯାଇନାହିଁ।  କୌଣସି ଗୁରୁତର ରୋଗୀଙ୍କୁ କଟକ, ଭୁବନେଶ୍ୱରରେ ଚିକିତ୍ସା ମନା ନାହିଁ। କଟକ, ଭୁବନେଶ୍ୱରରେ ସର୍ବୋତ୍କୃଷ୍ଟ ଚିକିତ୍ସା ସୁବିଧା ଉପଲବ୍ଧ ହୋଇଥାଏ।  ଏଠାରେ ଚିକିତ୍ସା ହେବା ପାଇଁ ସମସ୍ତଙ୍କର ସଂପୂର୍ଣ୍ଣ ଅଧିକାର ରହିଛି ବୋଲି ସେ କହିଛନ୍ତି।

ଏହାସହ କେବଳ ରୋଗୀଙ୍କୁ ଆଣିବା ବେଳେ ଆବଶ୍ୟକ ଯତ୍ନ ପାଇଁ କୁହାଯାଇଛି। ସମସ୍ତ ଆନୁଷଙ୍ଗିକ ସୁବିଧା, ଅକ୍ସିଜେନ ବ୍ୟବସ୍ଥା ଥାଇ ପଠାଇବାକୁ କୁହାଯାଇଛି। ଅନେକ କ୍ଷେତ୍ରରେ ଆବଶ୍ୟକ ସୁବିଧା ନଥାଇ ଆସୁଥିବା ରୋଗୀଙ୍କ ମୃତ୍ୟୁ ଘଟୁଛି। ଏସବୁକୁ ଦୂରେଇବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି ବୋଲି ସେ କହିଛନ୍ତି।

ସୂଚନା ଥାଉ କି, କୋଭିଡ କେୟାର ସେଣ୍ଟର ଓ ଟିଏମସି ବନ୍ଦ ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଏପରିକି କଟକ ଭୁବନେଶ୍ୱରକୁ କୋରନା ରୋଗୀଙ୍କ ନ ଆଣିବା ପ୍ରସଙ୍ଗରେ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନପତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବି ସରକାର ବନ୍ଦ କରିଦିଅନ୍ତୁ ବୋଲି ସେ କହିଥିଲେ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ସରକାର ଯେଉଁ ଭଳି ନିଷ୍ପତ୍ତି ନେଉଛନ୍ତି ତାହା ଅନୁଚିତ । କୋଭିଡ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ରୋଗୀ କଟକ ଭୁବନେଶ୍ୱର ଆସୁଛନ୍ତି । ଯଦି ନ ଆସିବେ ତେବେ କଣ ମରିବେ କି ବୋଲି ସେ ପ୍ରଶ୍ନ କରିଥିଲେ ।

ସେପଟେ ଏ ନେଇ ସରକାରଙ୍କ ତୀବ୍ର ନିନ୍ଦା କରିଥିଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ । କଟକ ଓ ଭୁବନେଶ୍ୱରକୁ ସବୁ ରୋଗୀଙ୍କୁ ଆସିବାର ଅଧିକାର ରହିଛି । ତାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଥିଲେ ।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

You might also like