ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଲେ ପୂର୍ବତନ କଂଗ୍ରେସ ନେତା

ଭୁବନେଶ୍ୱର: ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ କଂଗ୍ରେସ ନେତା ନିହାର ବେହେରା। ସ୍ମୃତି ରଞ୍ଜନ ଲେଙ୍କା ଜଣେ ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନିହାର ବେହେରା ଅଭିଯୋଗ କରିଛନ୍ତି।

ପଦ, ପଦବୀରେ ରଖି ଦେବାକୁ କହି ସ୍ମୃତି ରଞ୍ଜନ ମହିଳା କର୍ମୀଙ୍କୁ ଶୋଷଣ କରିଥିବା ନିହାର ଅଭିଯୋଗ ଆଣିଛନ୍ତି। ଏନେଇ କିଛି ହ୍ୱାଟ୍ସଆପ୍‌ ଚାଟ୍ ଓ ଅଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ନିହାର କହିଛନ୍ତି। ଖାଲି ସେତିକି ନୁହେଁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଭାବେ ସ୍ମୃତି ରଞ୍ଜନ ଲେଙ୍କାଙ୍କ ନିଯୁକ୍ତିକୁ ବି ସେ ବିରୋଧ କରିଛନ୍ତି। ଏନେଇ ଆଗାମୀ ୨୫ରେ ହେବାକୁ ଥିବା ଯୁବ କଂଗ୍ରେସର ସମାବେଶରେ ବିରୋଧ ପ୍ରଦର୍ଶନ ହେବ ବୋଲି ନିହାର କହିଛନ୍ତି।

ଅନ୍ୟପକ୍ଷେ, ଏସମସ୍ତ ଅଭିଯୋଗକୁ ସ୍ମୃତି ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ‘ଏହା ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ ଓ ମିଥ୍ୟା। ଅସହିଷ୍ଣୁ ଭାବ ରଖି ଏପରି କରାଯାଇଛି।’

You might also like