ସିରିଜ୍‌ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର, ୨ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ସିରିଜ୍‌ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଅମୀୟ କୁମାର ମଲିକ ଓ ଶଙ୍କର ବେହେରା। ଜଣଙ୍କର ଆଖିରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣଙ୍କର ଗୋଡ଼ରେ ଆଘାତ ଲାଗିଛି।

ସୂଚନା ଅନୁସାରେ, ବଜାର ଛକ, ରାଣୀପଡ଼ା ଛକ ଓ ବାଲିଘାଇ ଛକରେ ଦୁର୍ବୃତ୍ତମାନେ ଏକକାଳୀନ ୫ଟି ସିରିଜ୍‌ ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗତକାଲି ରାତି ୯ଟାରୁ ୯ଟା ୩୦ ମିନିଟ୍‌ ମଧ୍ୟରେ ଏହି ଘଟଣା ଘଟିଛି। କେଉଁ କାରଣରୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ ତାହା ଅସ୍ପଷ୍ଟ ରହିଛି।

ବଜାର ଛକରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନକୁ ଟାର୍ଗେଟ୍‌ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି।

ବୋମାମାଡ଼ ନେଇ ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

You might also like