ଭୁବନେଶ୍ୱର ପଥର ବନ୍ଧ ବସ୍ତିରେ ସିରିଜ ବୋମା ମାଡ଼

ଭୁବନେଶ୍ୱର : ଭୁବନେଶ୍ୱର ପଥରବନ୍ଧ ବସ୍ତିରେ ବୋମାମାଡ଼। ଏହି ବସ୍ତିରେ ଥିବା ମନୁ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ପ୍ରଶାନ୍ତ ବିଷୋୟୀ ନାମକ ଜଣେ ଦୁର୍ବୃତ୍ତ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ଦୁର୍ବୃତ୍ତ ପ୍ରଶାନ୍ତ ଫେରାର ହୋଇଯାଇଛି। ଗଣ୍ଡଗୋଳ ପାଇଁ ଭୁଲ ମାଗିବା ବାହାନାରେ ଏହି ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ସୂଚନା ମୁତାବକ,କିଛି ଦିନ ତଳେ ପ୍ରଶାନ୍ତ ଜେଲରୁ ବାହାରିଛି। ପୂର୍ବରୁ ପ୍ରଶାନ୍ତ ବସ୍ତିରେ ଅଯଥା ଗଣ୍ଡଗୋଳ କରିବା ସହ ଅପରାଧ ଘଟାଉଥିବାରୁ ବସ୍ତି ବାସିନ୍ଦା ତାକୁ ଜେଲକୁ ପଠାଇଥିଲେ।

ସେହି କଥାକୁ ରାଗ ରଖି ସେ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

You might also like