ଢେଙ୍କାନାଳରେ ସିରିଜ ଦୁର୍ଘଟଣା ; ଜଣେ ମୃତ, ୪ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳରେ ସିରିଜ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ନିକଟସ୍ଥ ନଡ଼ିଆଳି ଗାଁର ଭରତ ବେହେରା।

ସମସ୍ତ ଗୁରୁତର ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥର ବଳଦିଆବନ୍ଧ ନିକଟରେ ଏହି  ଦୁର୍ଘଟଣା ଘଟିଛି। କଟକ ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ୫୫ ନମ୍ବର ଏନ୍ଏଚ୍‌ର ସମ୍ପ୍ରସାରଣ କାମ ଚାଲିଛି। ବଳଦିଆବନ୍ଧ ନିକଟରେ କାମ କରୁଥିବା ଗ୍ରେଡର ପ୍ରଥମେ ୩ଜଣ ସ୍କୁଟି ଆରୋହୀଙ୍କୁ ପିଟିଥିଲା। ଏହାପରେ ୨ ଜଣ ବାଇକ୍ ଆରୋହୀକୁ ଧକ୍କା ଦେଇଥିଲା।

ଘଟଣାସ୍ଥଳରେ ସ୍କୁଟି ଡ୍ରାଇଭର ଭରତଙ୍କର ମୃତ୍ୟୁ ହୋଇଥିଲା। ସେପଟେ ମୃତକଙ୍କ ପରିବାରରକୁ ୨୦ ଲକ୍ଷ ଟଙ୍କା ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବିରେ ରାସ୍ତା ରୋକ୍‌ କରିଛନ୍ତି ସ୍ଥାନୀୟ ବାସିନ୍ଦା।

 

You might also like