• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କଟକ: କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ କାଳିଆ ଅବସ୍ଥା ସଂକଟାପନ୍ନ। କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା କାଳିଆ ସଂକଟାପନ୍ନ ଥିବା ଏସ୍‌ସିବି ଅଧୀକ୍ଷକ ଡା. ଲୁସି ଦାସଙ୍କ ସୂଚନା ଦେଇଛନ୍ତି।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଚିକିତ୍ସା ପରେ ଦୁଇ ଭାଇ ଆରୋଗ୍ୟ ଲାଭ କରିଥିଲେ। ଏହାପରେ ସେମାନେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଆସିଥିଲେ। ଏଠାରେ କଟକର ଏସ୍‌ସିବି ମେଡିକାଲ୍‌ରେ ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ଆଜି କାଳିଆର ଅବସ୍ଥା ସଂକଟାପନ୍ନ ଥିବା ଏସ୍‌ସିବି ଅଧୀକ୍ଷକ ସୂଚନା ଦେଇଛନ୍ତି।

ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ କାଳିଆର ଅବସ୍ଥା ସଂକଟାପନ୍ନ ହୋଇଥିଲା। ଏହାପରେ ତାକୁ ଭ୍ୟାଣ୍ଟିଲେଟର୍‌ରେ ରଖାଯାଇଥିଲା। କିନ୍ତୁ ଡାକ୍ତରମାନେଙ୍କ ଚିକିତ୍ସା ପରେ କାଳିଆ ସୁସ୍ଥ ହୋଇଥିଲା।

ସୂଚନା ଥାଉକି, ୨୦୧୭ରେ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ କନ୍ଧମାଳର ଏହି ଦୁଇଶିଶୁ ଜଗାକାଳିଆଙ୍କ ସମ୍ପର୍କରେ ପ୍ରଥମେ ଓଟିଭି ଖବର ପ୍ରସାରଣ କରିଥିଲା। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଉଭୟ ଶିଶୁଙ୍କୁ ଦିଲ୍ଲୀ ଏମ୍‌ସକୁ ପଠାଇଥିଲେ।

https://youtu.be/Oe9_aKNmIYA

 

Separated-conjoined-twin-kalia-in-critical-condition
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories