• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଫୁଲବାଣୀ: ଯୋଡ଼ାମୁଣ୍ଡରୁ  ଶିଶୁ ଜଗାକାଳିଆଙ୍କୁ ଅଲଗା କରାଯିବା ପରେ କାଳିଆର ମୃତ୍ୟୁ ଘଟିଥିଲା। ଏବେ ଜଗାକୁ ନେଇ ବାପା-ମା’ ଅଧିକ ତତ୍ପର ହୋଇଛନ୍ତି। ଫୁଲବାଣୀ ମେଡିକାଲରେ ପୁଅର ଚିକିତ୍ସା କରାଉଛନ୍ତି। କାରଣ ଗତକାଲି କଟକ SCBରୁ ଡିସ୍‌ଚାର୍ଜ ହେବା ପରେ ଏବେ ଫୁଲବାଣୀ ମେଡିକାଲରେ ଜଗାର ଚିକିତ୍ସା ଚାଲିଛି

କନ୍ଧମାଳ ଫିରିଙ୍ଗିଆ ମିଲୁପଡ଼ାର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗାକୁ ଗତକାଲି ୧୦୮ ଆମ୍ବୁଲାନ୍ସରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଫୁଲବାଣୀ ନେଇଥିଲେ । ଜଗାର ଚିକିତ୍ସା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱତନ୍ତ୍ର କୋଠରୀରେ ଏକ କ୍ୟାବିନ୍ ପ୍ରସ୍ତୁତ କରାଯାଇଛି ।

ଦିଲ୍ଲୀ ଏମ୍‌ସ୍‌ରେ ସଫଳ ଅସ୍ତ୍ରୋପଚାର ପରେ ପରସ୍ପରଠାରୁ ଅଲଗା ହୋଇଥିଲେ ଜଗା-କାଳିଆ।  ଦିଲ୍ଲୀ ଏମ୍‌ସରୁ ଆସି କଟକ SCBରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତ ୪ ମାସ ତଳେ କାଳିଆ ଆଖି ବୁଜିଥିଲା । ପୂର୍ବରୁ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବା ବେଳେ ଏମାନଙ୍କ ସମ୍ପର୍କରେ ପ୍ରଥମେ ଓଟିଭି ଖବର ପ୍ରସାରଣ କରିଥିଲା। ଏହା ପରେ ସେମାନଙ୍କ ଚିକିତ୍ସା ଲାଗି ତତ୍ପର ହୋଇଥିଲେ ରାଜ୍ୟ ସରକାର॥

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେଶନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍।  ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଦିଲ୍ଲୀରେ କିଛି ଦିନ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା- କାଳିଆ। ଏଠି ଏସ୍‌ସିବିରେ ତାଙ୍କର ଚିକିତ୍ସା ପାଇଁ ୧୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା। ସେବେଠାରୁ ସେମାନେ ଏସ୍‌ସିବି ଡାକ୍ତର ଖାନାରେ ରହି ଚିକିତ୍ସିତ ହେଉଥିଲେ। ଜଗା କ୍ରମେ ସୁସ୍ଥ ହୋଇଥିଲେ ବି କାଳିଆ ଅବସ୍ଥା ସୁଧୁରି ନଥିଲା।ଳ ଶେଷରେ କାଳିଆର ମୃତ୍ୟୁ ଘଟିଥିଲା।

Separated-conjoined-twin-jaga-discharged-from-scb-hospital-moves-to-phulbani
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories