‘ମୃତ୍ୟୁର ଘାଟି’କୁ ବୁଲି ଦେଖିଲେ ବରିଷ୍ଠ ପୋଲିସ୍‌ ଅଧିକାରୀ

ଫୁଲବାଣୀ: ଦୁଇ ଦୁଇ ଥର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୟରେ କନ୍ଧମାଳ ଏସପି, ଜିଉଦୟଗିରି ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ ବସ୍।

ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ ଥିବା ୩ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍, ଅଗ୍ନିଶମ ବାହିନୀ ସମେତ ଅନ୍ୟ ଉଦ୍ଧାରକାରୀ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ଦୁର୍ଘଟଣାରେ କେହି ବି ଆହତ ହୋଇନାହାନ୍ତି।

ଡ୍ରାଇଭରଙ୍କ ବ୍ରେକ୍ ଫେଲ୍ ଯୋଗୁଁ ଏପରି ଦୁର୍ଘଟଣା ହୋଇଥିବା କହିଛନ୍ତି କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ। ଆଗାମୀ ଦିନରେ ଆସୁଥିବା ସମସ୍ତ ଯାତ୍ରୀବାହୀ ବସକୁ ପୋଲିସ୍ ସୁରକ୍ଷାରେ ନେବ ବୋଲି ସେ କହିଛନ୍ତି। ଗତକାଲି ବି କନ୍ଧମାଳ କଳିଙ୍ଗା ଘାଟିରେ ସୁରତରୁ ଫେରୁଥିବା ବସ୍ ଦୁର୍ଘଟଣା ହୋଇଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳ ମୃତ୍ୟୁର ଘାଟି ସାଜିଛି।

You might also like