ହସ୍ପିଟାଲ୍ରେ ଭର୍ତ୍ତି ହେଲେ କଂଗ୍ରେସ ନେତା ମହମ୍ମଦ ମୋକିମ୍, କରୋନା ପଜିଟିଭ୍ ଚିହ୍ନଟ
କଟକ: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି।
ଟ୍ୱିଟ୍ କରି ମୋକିମ୍ କହିଛନ୍ତି, RT PCR ରିପୋର୍ଟ ଅନୁସାରେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଫଳରେ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛି। ଶୀଘ୍ର ଆରୋଗ୍ୟ ପାଇଁ ଆପଣମାନଙ୍କ ଆଶୀର୍ବାଦ ଚାହୁଁଛି।
I have tested #covid19 positive as per RT PCR report. As per doctors advise , I have been admitted to hospital . Seeking your blessings for quick recovery.
— Mohammed Moquim (@iammdmoquim) October 7, 2020