କଂଗ୍ରେସରୁ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ ବହିଷ୍କୃତ

ଭୁବନେଶ୍ୱର : କଂଗ୍ରେସ ପ୍ରାଥମିକ ସଭ୍ୟ ପଦରୁ ଶ୍ରୀକାନ୍ତ ଜେନା ଓ କୃଷ୍ଣଚନ୍ଦ୍ର ସଗରିଆ ବହିଷ୍କୃତ। ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି। ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ଏହି ସୂଚନା ଦେଇଛନ୍ତି।

ଆସନ୍ତା ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ହେଲେ ଏପଟେ କଂଗ୍ରେସରେ ଗୋଟିଏ ପରେ ଗୋଟିଏ ବହିଷ୍କାର ଚାଲିଛି। ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କଂଗ୍ରେସର ପୁରୁଖା ନେତା ମାନେ କହୁଛନ୍ତି।

ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ ବିଜେଡିରେ ଯୋଗ ଦେବେ ବୋଲି ମୁହଁ ଖୋଲିବା ପରେ ତାଙ୍କୁ ଦଳରୁ ନିଲମ୍ୱିତ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିବାରୁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ଦଳର ନିଲମ୍ୱିତ କରାଯାଇଥିଲା।

୨୦୧୯ ନିର୍ବାଚନ ନେଇ କଂଗ୍ରେସ ହାତରେ ସମୟ ଆଉ କମ୍‌ ରହିଛି। ତଥାପି ତରୁଣ ଆଉ ପ୍ରବୀଣକୁ ଏଥର ନିର୍ବାଚନରେ ଆଧାର କରି ନିର୍ବାଚନ ଲଢିବ ବୋଲି କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। ଏଣୁ ଏହି ସମୟରେ ଯିଏ ବି ବିରୋଧୀ କାର୍ଯ୍ୟ କରିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଂଗ୍ରେସ କହିଛି।

 

You might also like